STORYMIRROR

Chinmayee Sahoo

Tragedy

4  

Chinmayee Sahoo

Tragedy

ବ୍ୟାକୁଳ ମାଆର ପ୍ରାଣ

ବ୍ୟାକୁଳ ମାଆର ପ୍ରାଣ

1 min
502


ବାହୁନି ବାହୁନି ଖୋଜିବୁଲେ ମାଆ

ସେଇ ବଣ କନ୍ଦି ବାସ

ଯେଉଁଠି ପିଲାଏ ଖେଳି ବୁଲୁଥିଲେ

ଶୁଭୁଥିଲା ତାଙ୍କ ହସ।......୧


ନ ମିଳଇ ତାଙ୍କ ଆଭାସ କି ପାଇଁ

ବ୍ୟାକୁଳ ମାଆର ପ୍ରାଣ

ପୃଥିବୀ ଗିଳିଲା ନଭ ଚୋରାଇଲା

କେଣେ ମୋ ସନ୍ତାନଗଣ ?.......୨


ଶ୍ରବଇ ବକ୍ଷରୁ ଦୁଗ୍ଧ ଧାରା ତା'ର

ସଞିବନି ପିଲା ପାଇଁ

ଅଣ୍ଡାଳି ଅଣ୍ଡାଳି ବାତୁଳା ହେଲାଣି

ପିଲାଙ୍କର ଦେଖା ନାହିଁ।......୩


କେଉଁ ପୂର୍ବ ଜନ୍ମ ପାପ ଫଳ ଅବା

କାହା ଅଭିଶାପ ଥିଲା

ଏକା ସାଥେ ସବୁ ସନ୍ତାନ ଗଣଙ୍କୁ

ଛଡାଇ ତା'ଠାରୁ ନେଲା।......୪


ମାତୃତ୍ଵର ସୁଖ ଅମୃତ ଠୁ ବଳି

ପାଇ ହରାଇଲା ଆହା

ଏତେ ବଡ଼ ଦୁଃଖ କେମିତି ସହିବ

 କର ବାରେ ପ୍ରଭୁ ଦୟା?......୫


ନଦେଲେ ନଦିଅ ସନ୍ତାନର ସୁଖ

ଦେଇ ଛଡାଇ ନ ନିଅ

ମାଆର ଦୁଃଖରେ ସାହା ହୁଅ ପ୍ରଭୁ

ପ୍ରସମିତ ହେଉ କୋହ।.......୬


ତା'କାନ୍ଦଣା ଶୁଣି ବିଚଳିତ ହୁଏ

ମା'ର ହୃଦୟ ମୋର

ହେଲେ ନିରୂପାୟ ମାନବୀ ମୁଁ ଯେଣୁ

ଗୁହାରି ଶୁଣ ମୋହର।......୭


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy