STORYMIRROR

Chinmayee Sahoo

Classics Inspirational

3  

Chinmayee Sahoo

Classics Inspirational

ତୁମେ ହିଁ ମୋ ଭାବବନ୍ଧୁ

ତୁମେ ହିଁ ମୋ ଭାବବନ୍ଧୁ

1 min
285


ପ୍ରାତଃ ବନ୍ଦନାରେ ସନ୍ଧ୍ୟା ଆଳତିରେ

   କର୍ମକାରଣରେ ତୁମେ

ତୁମରି ଭକ୍ତିର ରାଗିଣୀ ଗାଇ ମୁଁ

  ବଞ୍ଚିଅଛି ଏଇଧାମେ।


ତୁମରି ଚରଣେ ଶରଣାପନ୍ନ ମୁଁ

   ତୁମେ ହିଁ ମୋ ଭାବବନ୍ଧୁ

ତୁମରି ସାଥିରେ ଭାବ ଲଗେଇ ମୁଁ 

   ପାରି ହେବି ଭବସିନ୍ଧୁ।


ତୁମେ ଯେବେ ପ୍ରଭୁ ହୋଇବ ମଉନ

   ନିରାଶେ ଝାଉଁଳିଯିବି

ତଥାପି ତୁମର ନାମ ଭଜି ଭଜି

   ଏ ଦୁନିଆ ଛାଡିଯିବି।


ତୁମେ ଶେଷ ଲକ୍ଷ୍ୟ ତୁମେ ହିଁ ଆରମ୍ଭ

   ତୁମେ ହିଁ ମୋର ଭରସା

ଭରସା ତେଲ ରେ ଆଶା ଦୀପ ଜାଳି

  ହଟାଏ ଘୋର ତମସା।

  


ତୁମେ ହିଁ ଭକତ ଶକତି ସମ୍ପଦ

   ତୁମେ ହିଁ ତାହାର ଟାଣ

ତୁମେ ନ ବୁଝିଲେ ଭକ୍ତ ମନ କଥା

  ରହିବ କି ପ୍ରଭୁପଣ ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics