STORYMIRROR

Chinmayee Sahoo

Tragedy

3  

Chinmayee Sahoo

Tragedy

ବିଚ୍ଛେଦ

ବିଚ୍ଛେଦ

1 min
166

ପ୍ରେମରେ ବିଚ୍ଛେଦ ହେଲା

  ପଡ଼ିଗଲା ବନ୍ଧ

କେମିତି ତୁ ହେଇଗଲୁ

  ଧନରେ ଲୋ ଅନ୍ଧ।


ପ୍ରେମ ବିନା ଧନରେ କି

  ବଞ୍ଚିହୁଏ ଖାଲି

ମନର ମଣିଷ ବିନୁ 

  ଦିଶେ ମରୁବାଲି ।


ବୁଝିଲୁନି ମନ ମୋର

 ବୁଝିଲୁନି ପ୍ରେମ

ଧିକ ମୋ ଜୀବନ ସିନା

 ସତେ ଥୁଣ୍ଟା ଦ୍ରୁମ।


କାନ୍ଦିବୁ ତୁ ଦିନେ ଯେବେ

  ଦିଶିବନି ଲୁହ

ହସୁଥିବୁ ଉପରକୁ 

 ମନେ ରଖି କୋହ।


ବୁଝିବୁ ସେ ଦିନ ଦିନେ

 ମୋ ପ୍ରେମର ମୂଲ

ପଶ୍ଚାତାପେ ଜୀବନ ତୋ

  ହେବ ଦାବାନଳ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy