STORYMIRROR

Chinmayee Sahoo

Romance

3  

Chinmayee Sahoo

Romance

ଶବ୍ଦ ସାଗର ତୀରେ

ଶବ୍ଦ ସାଗର ତୀରେ

1 min
558


ଶବ୍ଦ ସାଗର ତୀରେ 

ମନ ମୋ ତୁମକୁ ଝୁରେ

ଆଗୋ ଅଭିପ୍ରେତ ମୋ ପାଇଁ କିଞ୍ଚିତ

ଛାତି କି ତୁମର ଥରେ ?


ଶବ୍ଦ ସାଗର ତୀରେ

ନୟନ ଭିଜୁଛି ନୀରେ

ଅଭିସାର ମୋର କାହିଁ କେତେ ଦୂର

ଆସ ଭାବନାରେ ଧୀରେ।


ଶବ୍ଦ ସାଗର ତୀରେ

ତୋଳି ମୁଁ ଧରି ତୁମରେ

ଲେଖିବି ପ୍ରେମର ମିଠା ମିଠା ଗଳ୍ପ

ଆସ ପକ୍ଷୀରାଜ ପରେ।


ଶବ୍ଦ ସାଗର ତୀରେ

କେବେ ଜିଏଁ କେବେ ମରେ

ମୁଗ୍ଧ ସପନେ ଦଗ୍ଧ ପରାଣ

ବିରହୀ ବେଦନା ଧାରେ।


ଶବ୍ଦ ସାଗର ତୀରେ

ବୁଝିବାକୁ ପ୍ରେୟସୀରେ

ଅପେକ୍ଷିତ ସେ ଯେ ଆଜି ବି ଏକାକୀ

ତପ୍ତ ବୈଶାଖୀ ଘେରେ।


ଶବ୍ଦ ସାଗର ତୀରେ

ଆଶା ଅପରାହ୍ନ ପରେ

ଆଗତ ଉଷସୀ ଅନ୍ଧକାର ଦାସୀ

ଅଟହାସ୍ୟ କରେ ତା'ରେ

ଆସ ସାଥି ଆସ ବାରେ... 

ଆସ ସାଥି ଆସ ବାରେ....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance