STORYMIRROR

Panchanan Jena

Romance

4  

Panchanan Jena

Romance

ପ୍ରତିବିମ୍ବ

ପ୍ରତିବିମ୍ବ

1 min
237


ଜଳଖିଆ ପରେ ପରେ

ପାଣି ପିଇବାକୁ ହାତ ବଢେଇଲା ବେଳେ

ତୁମେ ଦିଶିଗଲ 

କାଚ ଗ୍ଲାସରେ କାଚ ଆଇନାରେ 

ପାଣି ଗ୍ଲାସରେ ସ୍ଥିର ସ୍ଥବିର

କିନ୍ତୁ 

ତୁମ ନହୁଲି ଚାଲିରେ 

ମହୁଲି ମାଦକ ତରତର

ଋତୁ ପାରାବାର ସମ୍ଭାର ।


ଚା' କପ୍ ଧରି ଆସୁଥିଲ

ମୋତେ ଦିଶୁଥିଲା

ସେହି ଚମ୍ପାଫୁଲିଆ ଚେହେରା

ସେହି ପଳାଶଫୁଲିଆ କମ୍ପିତ ଅଧର

ତଳେ ଚେନାଏ ମଲ୍ଲୀଫୁଲିଆ ହସ ଜୁଆର

କୃଷ୍ଣ କବରୀରେ ଦୋଳି ଖେଳୁଥିବା

ମହାମହ ଗଜରା ସୁବାସିତ ଅତର ।


ତୁମେ ହଲି ଦୋହଲି ମୁରୁକି ହସି

ମୋତେ ଚାହିଁ ବଢେଇ ଦେଉଥିଲ

ଚା' କପ୍

ମୋତେ ଲାଗୁଥିଲା

ତୁମ ପୋଟଳଚିରା ଆଖିରେ ଅନନ୍ତ କାମନା

ତୁମ ହାତକଟା ବ୍ଲାଉଜ ମୂଳେ ହେବାକୁ ଅରଣା

ବୁଝି ବି ଅବୁଝା ଏ ସୁପ୍ତ ଯୌବନ

ଜାଣି ବି ଅଜଣା ଏ କନ୍ଦର୍ପବିନ୍ଧା ତନୁମନ

ଦେଖି ବି ଅଦେଖା ଏ କାମନା ବାସନା ଜତୁ ସଦନ ।

ଚା' କପ୍ ର ବାମ୍ଫରେ ମିଠା ମିଠା ମହକ

ପ୍ରୀୟ। ହାତରୁ ଧରୁ ଧରୁ 

ଆପ୍ରାଣ ଆଘ୍ରାଣ କରୁ କରୁ

ଚୁଇଁଗଲା ହଳଦୀ ଗୁରୁଗୁରୁ ଆଙ୍ଗୁଳି ଯମକ

ଆଖିରେ ଆଖି ମିଶେଇ

ଅୟୁତ ନିୟୁତ ଛଟକ ଛଇ

ଚାରି ଚକ୍ଷୁରେ କଥା ସରିଲା ଏକାଏକ

ମୋତେ ଦିଶିଗଲା

ଲାଜରେ ସରମୀଲତା ମୋ ମୌନାବତୀ

 ମୁଁହପୋତି ହସି ସରସୀ ମୋ ମଧୁମତୀ

ହାତଧରି ପାଖରେ ବସେଇଲି

ବିଜୁଳି ଚମକି ଗଲା ଚମ୍ପାକଲି

କାନ୍ଧରେ ଆଉଜି ଗେଲ କରିବି ବୋଲି

ସତ କହୁଛି ରାଣ ଖାଉଛି

ଅପେକ୍ଷା କରିଯାଅ 

ସକାଳୁ ସକାଳୁ ତୁମେ ଭାରି ଚଗଲା

ବୋଉ ଡାକୁଛନ୍ତି 

ଠାକୁର ଘରେ ବିଲେଇ ପଶିଲା ମଲା ।


ପଣତ କାନିକୁ ନିତମ୍ବ ଉପରୁ ଟାଣି ଟାଣି 

ପଛକୁ ଅନେଇ ପିଠି ଦେଖେଇ କଟାକ୍ଷ ହାଣି

ମ୍ୟାଚିଙ୍ଗ୍ ବ୍ଲାଉଜ୍ ରେ କାଚର ତାରକସି 

ମୋ ମୁଁହ ପ୍ରତିବିମ୍ବ ଦିଶୁଥିଲା ଖୁସି ଆରସି

ମରି ଯାଏ ମୁଁ କି

ଅଫିସ୍ ଚାକିରି ବାକିରି ସବୁ ମାର ଗୁଲି

ଇ-ମେଲ୍ ରେ ଛୁଟି ଦରଖାସ୍ତ ଲେଖିଲି

ବସନ୍ତଋତୁରେ ଛଟି ସାରିଲି ଆଜି କହିଲି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance