ଓଡ଼ିଆ ନବ ବର୍ଷ
ଓଡ଼ିଆ ନବ ବର୍ଷ
ପୁର ପଲ୍ଲୀ ଆଜି ଉତ୍ସବ ମୁଖର
ପ୍ରାଣେ ପ୍ରାଣେ ତୋଳେ ପ୍ରୀତିର ଲହର ।
ଆସିଛି ଯେ ନବ ବର୍ଷ ଓଡିଶାର
ପଣା ଛତୁଆରେ ସଭିଙ୍କ ଆଦର ।
ବିଷୁବ ସଂକ୍ରାନ୍ତି ଆସିଛି ଏ ଆଜି
ନାନା ନାଟ ଗୀତେ ସକଳେ ମାତି ।
ପାଳନ୍ତି ଉଲ୍ଲାସ ଭରେ ନିତିନିତି
ଯାହା ମୂଳେ ଗଢା ଆମରି ସଂସ୍କୁତି ।
ଆଜି ଠାରୁ ସୂର୍ଯ୍ଯ ଉତ୍ତରାୟଣ ରେ
ଗତି କରି ଯିବେ ଯେ ମେଷ ରାଶିରେ ।
ତୁଳସୀ ମୂଳରେ ଠେକି ବନ୍ଧା ଯାଏ
ବୈଶାଖୀ ଉତ୍ସବ ପାଳନ ଯେ ହୁଏ ।
ନାଚ ଗୀତ ଯାତ ତାମସା ଇତ୍ଯାଦି
ଆୟୋଜିତ ହୋଇ ଆନନ୍ଦେ ପାଳନ୍ତି ।

