STORYMIRROR

Chinmayee Sahoo

Tragedy

4  

Chinmayee Sahoo

Tragedy

*ବାପା*

*ବାପା*

1 min
8

ଯେଉଁ ଓଠେ ହସ ଫୁଟାଇବା ପାଇଁ
 ଲହୁ-ଲୁହ ଢାଳୁଥିଲ
 ତୁମେ ତ ଗଲ ଯେ ଗଲ ସେ ଓଠରୁ
 ହସକୁ ଛଡେଇନେଲ।
କେଉଁ ଅପରାଧେ ଅସହ୍ୟ ଦଣ୍ଡରେ
 ଦଣ୍ଡିତ କରି ଆମକୁ
 ଚାଲିଗଲ ତୁମ ଗନ୍ତବ୍ୟ ପଥରେ
 ଅଫେରା ସେ ରାଇଜକୁ।
କହୁନାହଁ କାହିଁ କଥା ପଦେ ଆଉ
 ଦେଉନାହଁ ଦେଖା ଜମା
ବିକଳ ହୁଅନ୍ତି ଝିଅ- ପୁଅ- ପତ୍ନୀ
ଅବ୍ୟକ୍ତ ଏଇ ବେଦନା।
ଦିଅ କିଛି ତୁମ ଇଙ୍ଗିତ ସନ୍ଦେସ
କୁହ କିଛି ମନ କଥା
କୋଳାହଳ ଏଇ ଜୀବନରେ ଆମ
 ଭରିଦେଲ ନୀରବତା।
ହସ ପରଦେଶୀ ହେଇଗଲା ସତେ
 ଲୁହ ଚିର ପରିଚିତା
 ମନ ହେଲା ଯାହା କୋହର ଭଣ୍ଡାର
ଆଖିରେ ଭରି ଶୂନ୍ୟତା।
ଲକ୍ଷ୍ୟହୀନ ଲାଗେ ଜୀବନ ଉଦ୍ଦେଶ୍ୟ
 ଦୀର୍ଘ କଣ୍ଟକିତ ପଥ
ପାଦ ପକାଇବା ଆଗରୁ କିଏ ସେ
 କରିବ ତାକୁ ପୁଷ୍ପିତ ?
କାଳର କରାଳ ରୂପ ଭୟଙ୍କର
 ପହିଲି ଦର୍ଶନ ଦେଇ
 ନେଇଗଲା ତା'ର ସାଥେ ସେ ତୁମକୁ
 କାହିଁକି ସର୍ବେ ଭଣ୍ଡେଇ !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy