STORYMIRROR

jyotsna mayee panda

Tragedy Others

3  

jyotsna mayee panda

Tragedy Others

ଅଫେରା ସଵାରୀ

ଅଫେରା ସଵାରୀ

1 min
207

ଦିନେ ମୋ ଗୋଲାପୀ ଓଠ

ସ୍ତବ୍ଧ ଭୋଇଯିବ

ହସ ସବୁ ନିରବି ଯିବ

ତୋ ସବୁ ରାଗ ଅଭିମାନ କୁ ବୁଝେଇବାକୁ

ନ ଥିବି ଆଉ ମୁଁ ଏ ଦୁନିଆରେ

ଶାନ୍ତି ନିଦ୍ରା ଯାଉଥିବି

ତୋରି କୋଳରେ l

ବାହୁନି ବାହୁନି କେତେ କାନ୍ଦୁ ଥିବୁ ତୁ

ହେଲେ ଅବସ ହାତ ମୋର

ଶିଥିଳ ହୋଇଯିବ

ନା ପୋଛି ପାରିବି ତୋ ଲୁହ

ନା ଦେଖି ପାରିବି ତୋ କୋହ

ଖାଲି ପଶ୍ଚାତାପର ଲୁହରେ

ନିଜକୁ ଭିଯାଉ ଥିବୁ ତୁ

ମୁଁ କେବଳ ଦେଖୁଥିବି ଖାଲି

ତୋର ସେ ନିରବ ଚାହାଣୀକୁ

ଅବସ ଶରୀର ପଡି ରହିଥିବ

ମୋ ଅଫେରା ସଵାରୀ ସଜା ହେଉଥିବ

ତୋ ଦୁଇ ହାତ ଯୋଡି କାନ୍ଦୁ ଥିବୁ ଖାଲି

ତୋ ସବୁ ଅଭିମାନ କୁ ଆପଣେଇ ଥିବା

ସେ ଆପଣାର ମଣିଷ ଆଜି ଚାଲିଗଲା ବୋଲି l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy