ଅଫେରା ସଵାରୀ
ଅଫେରା ସଵାରୀ
ଦିନେ ମୋ ଗୋଲାପୀ ଓଠ
ସ୍ତବ୍ଧ ଭୋଇଯିବ
ହସ ସବୁ ନିରବି ଯିବ
ତୋ ସବୁ ରାଗ ଅଭିମାନ କୁ ବୁଝେଇବାକୁ
ନ ଥିବି ଆଉ ମୁଁ ଏ ଦୁନିଆରେ
ଶାନ୍ତି ନିଦ୍ରା ଯାଉଥିବି
ତୋରି କୋଳରେ l
ବାହୁନି ବାହୁନି କେତେ କାନ୍ଦୁ ଥିବୁ ତୁ
ହେଲେ ଅବସ ହାତ ମୋର
ଶିଥିଳ ହୋଇଯିବ
ନା ପୋଛି ପାରିବି ତୋ ଲୁହ
ନା ଦେଖି ପାରିବି ତୋ କୋହ
ଖାଲି ପଶ୍ଚାତାପର ଲୁହରେ
ନିଜକୁ ଭିଯାଉ ଥିବୁ ତୁ
ମୁଁ କେବଳ ଦେଖୁଥିବି ଖାଲି
ତୋର ସେ ନିରବ ଚାହାଣୀକୁ
ଅବସ ଶରୀର ପଡି ରହିଥିବ
ମୋ ଅଫେରା ସଵାରୀ ସଜା ହେଉଥିବ
ତୋ ଦୁଇ ହାତ ଯୋଡି କାନ୍ଦୁ ଥିବୁ ଖାଲି
ତୋ ସବୁ ଅଭିମାନ କୁ ଆପଣେଇ ଥିବା
ସେ ଆପଣାର ମଣିଷ ଆଜି ଚାଲିଗଲା ବୋଲି l
