STORYMIRROR

Pareshchandra Das

Tragedy

3  

Pareshchandra Das

Tragedy

ଜଣାଏ ତୁମକୁ ସଲାମ

ଜଣାଏ ତୁମକୁ ସଲାମ

1 min
778


ବିଳପି ଉଠୁଛି ମାଆ ର କଲିଜା

ଥରୁଛି ବାପା ର ଛାତି ।

ଭାଇ ଭଉଣୀଏଁ ମୁଣ୍ଡ ପିଟି କାନ୍ଦେ

ସାଙ୍ଗ ସାଥି ଉଠେ ତାତି ।।


ନିର୍ବାକ ନୟନରେ ଅଶ୍ରୁ ଦୁଇ ଧାର

ମୁଖଟି ମଉଳା ଫୁଲ ।

ମଲା ଛାତି ପରେ ମଥା ପିଟେ ସ୍ତ୍ରୀ

ତଉଲୁଛି ଜୀବନ ମୂଲ।।


ବାଳୁତ ଶିଶୁ ଟି ବୁଝେ ନାହିଁ କିଛି

କାନ୍ଦୁଛି ସେ ରାହା ଧରି ।

କିଏବା ହାରିଛି କାହାକୁ ହାରିଛି

କିଏବା ଯାଇଛି ମରି ।।


କାହା ଭବିଷ୍ୟତ ଉଜୁଡ଼ି ଯାଇଛି

ଦେଶ ଭବିଷ୍ୟତ ପାଇଁ।

କିଏବା ବୁଝୁଛି ଦେଶ ଭବିଷ୍ୟତ

କିଏବା ମାରୁଛି ହାଇ।।


ମହାନ ତୁମେ କହିଦେଲେ ଥରେ

ପୁରି ଉଠିବ କି ସଂସାର ।

କେତେ ବା ବୁଝିଛୁ ତୁମ ମର୍ମ ବ୍ୟଥା

କେତେ ବା ନେଉଛୁ ଖବର।।


ପେଟ ପାଇଁ ଆମେ ସଭିଏଁ ଭାବୁଛୁ

ତୁମକୁ ତ ବଡ଼ ଦେଶ।

ଜୀବନ ଦେଇକି ଦେଶ ମାତୃକାର

ବଢ଼ାଇ ଦେଇଛ ଯଶ ।।


ବୀର ଗତି ପ୍ରାପ୍ତ ହେ ଅମର ଯବାନ

ତୁମକୁ ଜଣାଏ ସଲାମ।

ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଏ କଲମ ମୁନେ

କରୁଛି ତୁମକୁ ପ୍ରଣାମ।

ପରେଶ ଚନ୍ଦ୍ର ଦାସ

ଗୋପାଳପୁର,ବାଲେଶ୍ୱର












ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy