STORYMIRROR

Prasanta kumar Hota

Tragedy

3  

Prasanta kumar Hota

Tragedy

ପୁଲଔମା ଆକ୍ରମଣ

ପୁଲଔମା ଆକ୍ରମଣ

1 min
746


ନଥିଲା ସେ କଂସ ନଥିଲା ରାବଣ

ପୁଲୱାମା ଆକ୍ରମଣ

ତାଠାରୁ ବର୍ବର ନିର୍ଦ୍ଦୟ ନିଷ୍ଠୁର

ନିର୍ମମ ଓ ନିଦାରୁଣ


ଦୀର୍ଘ ବର୍ଷ ଧରି ନଥିଲା ଏପରି

ଏତେ ତୀବ୍ର ବିସ୍ଫୋରଣ

ଦେଖାଇବା କଲେ ନକସଲବାଦୀ

ଅଛି କେତେ ହିଁସ୍ରପଣ


ଦମ ଦମ ଦମ୍ ଥରିଗଲା ଛାତି

ଭାରତ ମାଆର କୋଳେ

ସାହାସୀ ଜବାନ୍ ସହିଦ ହୋଇଲେ

ଆତ୍ମଘାତି ର ଅନଳେ


ଆତଙ୍କବାଦୀର ଆବେଶେ ଆଦିଲ

ସାଜିଲା ନର ପିଶାଚ

ହୀନ ହେଲା ମତି ହେବାକୁ ଦୁର୍ମତି

ଧର୍ମ ନାମେ ନିଃସଙ୍କୋଚ


ସୁପ୍ତ ସିଂହ ପରି ଭାରତ ଶୋଇଛି

ଶୃଗାଳ କରେ ଭେଳିକି

ଜାଣି ନାହିଁ ମୂର୍ଖ ଜଗତ ଦେଖୁଛି

କେତେ ଘୃଣ୍ୟ କର୍ମ କୃତି


ହେ ବୀର ଜବାନ ତୁମକୁ ସଲାମ

ବୀରଗତି ଦେଲ ଯାଇ

ଏ ମାଘ ନବମୀ ସ୍ମରଣୀୟ ହେଉ

ସ୍ଵର୍ଗ ପଥେ ଯାତ୍ରା ପାଇଁ।


Rate this content
Log in

Similar oriya poem from Tragedy