STORYMIRROR

Tushar Kanta Prasad

Tragedy Inspirational

3  

Tushar Kanta Prasad

Tragedy Inspirational

କେବଳ ମଣିଷ ଦାୟୀ

କେବଳ ମଣିଷ ଦାୟୀ

1 min
241

ବ୍ରତ ଅଟେ ତା'ର ପରୋପକାର,

ସମାଜ କଲ୍ୟାଣ ପାଇଁ।

ସ୍ବାର୍ଥପର ସାଜି ମାନବଜାତି,

ସଂହାର କରୁଛି କାହିଁ।।


ପରିବେଶର ଯେ କରେ ସୁରକ୍ଷା,

ଅମ୍ଳଜାନ କରେ ଦାନ।

ବିଷାକ୍ତ ବାୟୁ ଆହରଣ ପାଇଁ,

ଜଳବାୟୁ ସନ୍ତୁଳନ।।


ଗ୍ରୀଷ୍ମ ତାପରେ ଛାୟା ଦାନ କରେ,

ସର୍ବଦା ପଥିକ ପାଇଁ।

କୀଟ ପତଙ୍ଗ ହୁଅନ୍ତି ଆଶ୍ରିତ,

ଛତ୍ର ଛାୟା ତଳେ ରହି।।


ପୁରାତନ ଯୁଗେ ବୃକ୍ଷ ପୂଜିତ,

ସେବା ପାଇଁ ଏ ଜଗତେ।

ଆଧୁନିକ ଯୁଗେ ସେ ଅନାଦର,

କିମ୍ପା ନ ଭାଳୁଛ ଚିତ୍ତେ।।


ଆୟୁର୍ବେଦ ମତେ ଔଷଧ ଗୁଣ,

ବନ୍ଧୁ ଅଛି ବୃକ୍ଷ ଠାରେ।

ନିଜ ସ୍ବାର୍ଥେ କରନାହିଁ ବିନାଶ,

ବୃକ୍ଷ ପରା ସେବା କରେ।।


ସୂର୍ଯ୍ୟଙ୍କ ତାପ ହେଉଛି ପ୍ରଖର,

ବଢେ ଆଜି ପ୍ରଦୂଷଣ।

ଗଛ କାଟି ନିଜ ହାତେ ଡାକୁଛ,

ସତେ ଏ ସୃଷ୍ଟି ମରଣ।।


ସବୁଜିମା ଭରା ସୁନ୍ଦର ଧରା,

ପାଲଟିଲେ ମରୁ ଭୂଇଁ।

ଏ ଜୀବଜଗତ ଅସୁରକ୍ଷିତ,

କେବଳ ମଣିଷ ଦାୟୀ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy