STORYMIRROR

ପ୍ରଜ୍ଞାସୁ ମହାନ୍ତି

Tragedy

3  

ପ୍ରଜ୍ଞାସୁ ମହାନ୍ତି

Tragedy

ବିରହ

ବିରହ

1 min
148


ଭୁଳିନି ତୋ ଆଖିର ମତୁଆଲା ଚାହାଣୀ,

ଆଉ ସେଥିରେ ଉଙ୍କି ମାରୁ ଥିବା ଅସରନ୍ତି କାହାଣୀ।

ଖୋଲିଲୁନି ଓଠ ତୋର,

ଆଖି ଦୁଇ କହୁଥିଲା କଥା,

ଦେଉ ଥିଲା ଏକ ନୀରବ ଆହ୍ବାନ,

ଚାହୁଁ ଥିଲା ସତେ ଅବା ଦୁର୍ବାର ମିଳନ।

ନକହି ବି କହି ଗଲୁ ମୋତେ ବହୁ କଥା,

କୋହ ଭରା ଅଭିମାନ ଓ ମନର ଅସୁମାରି ବ୍ୟଥା।

ଇଚ୍ଛା ଥିଲା ଦିନେ ମୋର ପ୍ରେମିକ ସାଜିବାକୁ,

ପ୍ରେମ ର କୋଣାର୍କ ତୋଳି ଇତିହାସ ରଚିବାକୁ।

ହେଲେ କଥା ଦେଇ କାହିଁ ପାଇଁ ଗଲୁ ତୁ ଦୂରେଇ,

ହତାଶ ପ୍ରେମିକର ଆକ୍ଷାଟିକୁ ଛାଡି ଦେଇ।

ତଥାପି ମୁଁ ଯିବି ନାହିଁ ହାରି,

ବିରହ ବେଦନାକୁ ଆପଣାର କରି।

ବିରହ ବି ପ୍ରେମ ଅଟେ ରଖିଥା ତୁ ମନେ,

ଭଲ ତୋତେ ପାଉ ଥିଲା କେହି କେବେ ଦିନେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from ପ୍ରଜ୍ଞାସୁ ମହାନ୍ତି

Similar oriya poem from Tragedy