STORYMIRROR

ପ୍ରଜ୍ଞାସୁ ମହାନ୍ତି

Fantasy

3  

ପ୍ରଜ୍ଞାସୁ ମହାନ୍ତି

Fantasy

କିଏ ମୁଁ ତୁମ ପାଇଁ

କିଏ ମୁଁ ତୁମ ପାଇଁ

1 min
397

ଅଜଣା ଥିଲି ଏଠି ହୁଏତ ମୁଁ ତୁମ ପାଇଁ,

ତୁମ ବିନା ଆଜି କେହି ମୋତେ ଚିହ୍ନେ ନାହିଁ ।

ସମୟ ନଥିଲା ଦିନେ ତୁମକୁ ଯେ ଦେବା ପାଇଁ,

ଏବେ ତୁମ ଅପେକ୍ଷାରେ ସମୟଟି କାଟେ ମୁହିଁ ।

ଥିଲି ମୁଁ ମୁକ୍ତ ଏକ ବେପରୁଆ ବିହଙ୍ଗ,

ଆତୁର ଆଜି ମୁଁ ଖୋଜେ ତୁମର ହିଁ ସଙ୍ଗ ।

ଜୀବନ ଥିଲା ମୋର ଲକ୍ଷ୍ୟ ହୀନ ନାବ ।

ଏତେ ଦିନେ ପାଇଲି ମୋ ଗନ୍ତବ୍ୟର ଠାବ । 

ଯେବେ ଲାଗେ ତୁମେ ମୋର ହାତ ପାହାନ୍ତରେ,

ପାଏ ମୁଁ ତୁମକୁ ମୋ ଠାରୁ ବହୁତ ଦୂରରେ ।

ଚେତାଏ ବିବେକ ତୁମକୁ ଭୁଲି ଯିବା ପାଇଁ,

ତଥାପି ମନ କହେ ତୁମ ବିନା ମୁକ୍ତି ଅବା କାଇଁ,

ଜାଣେନା ଅପେକ୍ଷା ମୋର ସରିବ କି ନାଇଁ,

ପଚାରେ ନିଜକୁ ଏବେ କିଏ ମୁଁ ତୁମ ପାଇଁ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from ପ୍ରଜ୍ଞାସୁ ମହାନ୍ତି

Similar oriya poem from Fantasy