ସମୟ
ସମୟ
ମୁହୂର୍ତ୍ତ ଭିତରେ ନିଜକୁ ହଜାଇ,
କର ତାକୁ ଆପଣାର,
ଆଜିର ମୁହୂର୍ତ୍ତ କାଲିକୁ ଯେ ନାହିଁ,
ଏକଥା ବିଚାର କର।
ସୁଖ ଦୁଃଖ ସିନା ଜୀବନର ରୀତି,
ଯାଉଥିବ ଆସୁଥିବ,
ସମୟର ସ୍ରୋତ ନିଜର ଵୁକୁରେ,
ସଭିଙ୍କୁ ଭସାଇ ନେବ।
ସମୟ ସାଥିରେ ଚାଲିଥିବା ଆମେ,
ନ ପଡ଼ିବା କେବେ ଥକି,
ଛାଡ଼ିଯିବା କେତେ ଅଭୁଲା ସ୍ମୃତିକୁ,
ନିଃଶ୍ୱାସ ଯେ ଯାଏଁ ବାକି।