STORYMIRROR

Debadatta Jena

Romance Tragedy Thriller

4  

Debadatta Jena

Romance Tragedy Thriller

ଚିଠି

ଚିଠି

2 mins
246


ତୁମେ ଯେବେ ଆସୁଥିଲ, 

ଡେଣା ଝାଡ଼ି ଉଡୁ ଥିଲ, 

ନୀଳ ଆକାଶର ସେଇ ସୁନୀଳ ଦ୍ୟୁତିରେ, 

ତୁମେ ଯେବେ ଆସୁଥିଲ, 

ଫିକ କିନା ହସୁ ଥିଲ, 

ତୁମ ପ୍ରେମ ଜଉମୁଦ ନୀଳ ଲଫାପାରେ, 

ସନ୍ଧ୍ୟା ତାରା ଉଁଉ ଥିଲା, 

କୁଆଁ ତାରା ଚେଉଁ ଥିଲା, 

ତୁମେ ଯେବେ ରଙ୍ଗ ବୋଳ ଗୋଲାପୀ ସ୍ୟାହିରେ..!

ତୁମେ ଯେବେ ଆସୁଥିଲ, 

ଲୁଚୁ ଥିଲ, ରାଗୁ ଥିଲ, 

ଆସୁ ଥିଲ, ଫେରୁ ଥିଲ, 

ଚାଲୁ ଚାଲୁ ଝୁଂଟୁ ଥିଲ, 

ରୁଣୁ ଝୁଣୁ ଚାଲି ତୁମ ଅବୁଝା ଭାବ ସମୁଦ୍ରରେ, 

ଜହ୍ନ ଦେଖି ହସୁ ଥିଲା,

ମନେ ମନେ ଋଷୁଥିଲା, 

ସେ ଵହଳେ ଲୁଚୁ ଥିଲା ବାଦଲ ଉହାଡେ, 

ତମ ମନ ସଜ ଫୁଲ, 

ଝୁରୁ ପୁଣି ରାତି ଦିନ, 

ଭିଜା ଭିଜା ବରଷାର, ଓଦା ପଣତ କାନିରେ..!

ତୁମେ ଯେବେ ଆସୁଥିଲ,

ଚୁପି ଚୁପି ଚାହୁଁ ଥିଲ, 

ଲାଜେ ଲାଜେ ଛୁଁ ଥିଲ, 

ଲାଜକୁଳି ସଜ ହୁଏ ତା'ର ଅଳସୀ ଆଖିରେ, 

ନିଦେ ଆସି ଲାଖୁ ଥିଲ, 

ପ୍ରେମ ରଙ୍ଗ ମାଖୁ ଥିଲ, 

ସେ ପରଶ ସାନ୍ନିଧ୍ୟରେ ତୁମ କଦମ୍ବ ଡାଳରେ.. !

ସପନରେ ଅସୁଥିଲ,

ସରାଗ ବି ବାଣ୍ଟୁଥିଲ, 

ସେ ସ୍ନେହ ଶରଧା ଯେତେ ପ୍ରେମ ଅମୀୟ ଧାରାରେ, 

ହେଉ ଅବା ଜହ୍ନ ରାତି, 

ହେଉ ଅବା ଅମାରାତି 

ସେ ରାତିର ବାସ୍ନା ତୁମ ଶେଯ ସୁପାତିରେ, 

ହଜୁଥିଲ ଜୋଛନାରେ, 

ଭିଜୁଥିଲ ଗୋପନରେ, 

ଆକାଶରେ ଇନ୍ଦ୍ରଧନୁ ବୁଣ ତୁମ ହାତ ପାହାନ୍ତିରେ..!

ତୁମକୁ ଯେ ଲେଖୁଥିଲା, ଲେଖୁ ଲେଖୁ ଭାବୁଥିଲା, 

ଭାବୁ ଥିଲା ପଢୁ ଥିଲା, ପଢୁ ପଢୁ ଭୁଲୁ ଥିଲା, 

ଶୋଉ ଥିଲା ଚେଉଁ ଥିଲା, ଚେଇଁ ଚେଇଁ ପଢୁଥିଲା, 

ପଢୁ ଥିଲା, ଭୁଲୁ ଥିଲା, ପଢି ପୁଣି ଚିରୁ ଥିଲା, 

କମ ଯେବେ ଲାଗୁ ଥିଲା, ସେ ଭାବନା ରଙ୍ଗରେ, 

ସାଜୁ ଥିଲା, ସୃଜୁ ଥିଲା, 

ଖୋଜୁଥିଲା, ମଜୁଥିଲା, 

ସପନରେ ଆସୁଥିଲା ତା'ମନ ଉପବନ,ଗହନ ବନରେ..! 

ଆଉ ଏବେ..

ତୁମେ କାହିଁ ଆସ ନାହିଁ, ଆସି ତୁମେ ଋଷ ନାହିଁ, 

ଋଷି ତୁମେ ପାର ନାହିଁ,ଋଷି ବାରେ ମନ ନାହିଁ, 

ଅଛି ଯଦି ରଙ୍ଗ ତୁମ, ସେ ରଂଗରେ ରୂପ ନାହିଁ, 

ମନ ଅଛି, ସ୍ବପ୍ନ ନାହିଁ, ରାତି ଅଛି, ନିଦ ନାହିଁ, 

ସବୁ ସ୍ବପ୍ନ ଚୁନା ଚୁନା, ତୁମ ଅଳସ ମନରେ, 

ତୁମ ପାଇଁ ବିରହୀଣୀ , 

ତୁମ ପାଇଁ ନିର୍ଝରିଣୀ, 

ଯେତେ ସ୍ୱପ୍ନ ସୁନା ସୁନା, ଏଇ ବିଜନ ବେଳାରେ, 

ତୁମ ମନ ଆନମନା, ସେ ସପନ ଚୁନା ଚୁନା, 

ସେ ସ୍ବପ୍ନ ଜହ୍ନରେ ଯେ ଅତ୍ମୀୟତା କାହିଁ..? 

ଏବେ ତୁମେ ଆସ ସିନା, 

ଫିକ କିନା ହସ ସିନା,

ଲଥ କିନା ଋଷ ସିନା, ସେ ହସ ତ ବାସ୍ନାହୀନ, 

ସେ ହସରେ ଫିକା ଜହ୍ନ, ତୁମ ହୃଦ ସ୍ତବକରେ..।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance