STORYMIRROR

Chaturbhuja Sahoo

Thriller

4  

Chaturbhuja Sahoo

Thriller

ବିଦାୟ ସାର୍

ବିଦାୟ ସାର୍

1 min
370


[୧]

ସେଦିନର ସେଇ କଥା-

ଆମ କଟକରେ ଚନ୍ଦ୍ରଭାଗା ବହେ

ଆମ କଟକର ବି କୋଣାର୍କ ଅଛି 

ସତରେ...

କଟକରେ ନ ହେଉ

ମୋ' ଅନୁଗୋଳ ମାଟିରେ 

ମୁଁ ଭେଟିଥିଲି ଦିନେ

ସେଇ କଟକିଆ ମଣିଷ,

ମୋ' ପ୍ରିୟ କବିଙ୍କୁ,

ତମ ଚନ୍ଦ୍ରଭାଗା 

ତାରକସୀ ର କୋଣାର୍କକୁ.... ।


[୨]

ସେଇ ଠାଣି

ସେଇ ହସହସ ମୁହଁ

ଆଜି ବି ଖୁବ୍ ସତେଜ ଲାଗୁଛି

ସେଦିନର ଶୀତୁଆ - "ଜୟନ୍ତ ସନ୍ଧ୍ୟା" ଭଳି,

କିନ୍ତୁ 

ହାୟରେ ବିଧାତା-

କାଲିର ଆଶୁ କାମନା,

ସହୃଦୟ ପ୍ରାର୍ଥନା ...

ତ୍ରାଣକର୍ତ୍ତା ଯୀଶୁଙ୍କ କର୍ଣ୍ଣଗୋଚର ନୋହିଲା 

କାଳ କବଳରେ କବଳିତ ଆଜି

କଟକର କୋଣାର୍କ,

ଗୋଟିଏ ଯୁଗର ଅବସାନ .... ।


[୩]

ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ

ଟାକ୍ସି ନେଇ ଫେରିବାରେ 

ବିଳମ୍ବ ହେଉ ପଛେ,

ରାଜଧାନୀର ଚକମକ୍ ଆଲୁଅ ତମକୁ ..

ସେତେଟା ଆକର୍ଷି ପାରେନା,

କଟକରେ ଜୀଇଁବା

କଟକରେ ମରିବାର ସ୍ବପ୍ନ

ଆଜି ସତ ହୋଇଗଲା ସାର୍ .... ।


[୪]

କଟକ ନଗର - ଧବଳ ଟଗର

ମୋ' ସ୍ବପ୍ନପୁରୀ

ମୋ' ସପନର ଇମାରତ୍

ଲିଙ୍କ୍ ରୋଡ଼ , ବାଦାମବାଡ଼ି , ରେଭେନ୍ସା ସ୍କୋୟାର୍...

କାଠଯୋଡ଼ି, ବାଲିଯାତ୍ରା ପଡ଼ିଆ, ମହାନଦୀ ରିଂ ବେଣ୍ଡ୍

କ୍ରାଏଷ୍ଟ କଲେଜ, ବାଇବେଲ ସୋସାଇଟି-

ମୁଁ ଯୁଆଡେ ଯାଏ,

ମୋ' ସହ କଟକ ଚାଲୁଥାଏ 

ଆଉ

ଅନେକ ଭିଡ଼ ଭିତରେ 

କଟକର ସମ୍ମୋହନ

ତା' ଭାଇଚାରା

ଷ୍ଟ୍ରୀଟ୍ ଫୁଡ୍ ଦହିବରା ଆଳୁଦମ୍ ର ବାସ୍ନାରେ 

ମୁଁ ବଞ୍ଚିଯାଏ.... ।


[୫]

ମୋ' ଘର

ଆଉ ଫୁଲ ବଗିଚାରେ 

ସକାଳ ଆସେ 

ବାଉଁଶ ଡାଳରେ ଚଢ଼େଇ ବସେ

ତା' କିଚିରି ମିଚିରି ଶବ୍ଦରେ

ସଞ୍ଜ ନଏଁ....

ବାଉଁଶ ଡାଳ ଭିତରୁ ଜହ୍ନ ହାଇ ମାରେ 

ଖୋକା ଭାଇର ଫାଜିଲ ଗୀତରେ 

ନିଦ ଆସେ,

ସକାଳ ପାଏ,

କାଠଯୋଡ଼ି ହସେ ...

ଚଣ୍ଡୀ ମନ୍ଦିର ସକାଳ ମଇଲମରେ

ଘଣ୍ଟିବାଜେ,

ନରାଜ ଆନିକଟେ ଗାଡ଼ି ମଟରର ପେଁ ପାଁ ଶବ୍ଦରେ,

ବିଭୋର ହୁଏ କଟକ 

ଆଉ ବିଭୋର ହୁଏ ମୁଁ...

'ଜୟନ୍ତ ମହାପାତ୍ର'


ହେଲେ,

ସବୁ କାଲିର କଥା

କିନ୍ତୁ ଆଜି ଆଉ ତୁମେ ନାହଁ ସାର୍ ।

 

[୬]

କଟକର ଚନ୍ଦ୍ରଭାଗା

ଆଜି ଉଜାଣି ସୁଅରେ

କଟକ କୋଣାର୍କର ତାରକସି

ଆଜି ନିସ୍ତବ୍ଧ....

ଗୋଟିଏ ଯୁଗର ଅବସାନ ସହ 

କେଉଁ ଏକ ଅଫେରା ରାଇଜରେ

ପ୍ରିୟ କବି

'ଜୟନ୍ତ ମହାପାତ୍ର'

ଅଲବିଦା ସାର୍ ....

ମିସ୍ ୟୁ ଫର୍ ଏଭର୍..... ।।


Rate this content
Log in

Similar oriya poem from Thriller