ଚଲାପଥ
ଚଲାପଥ
ଚାଲିବାକୁ ପାଦ ଦେଇଛ ପ୍ରଭୁ
ରାସ୍ତା ବି ଦେଇଛ ଫିଟେଇ
ଚାଲୁ ଚାଲୁ ଝୁଣ୍ଟି କ୍ଷତାକ୍ତ ହେଲିଣି
ପାପ ପୁଣ୍ୟ କେତେ ଗୋଟେଇ
ପାପର ଘଡ଼ାରେ ପୁଣ୍ୟ ପରିମିତି
ଗଣିତ କରେ ମୁଁ ଛୋଟେଇ
ସକାଳ ପ୍ରଣାମ ଘେନ କଳାମୁଖ
ପାଦ ପଡେ ଆଜି ବଙ୍କେଇ
ନଈ ପାଣି ଗୋଳିଆ ହେଲେ
ସାଗର କି ଯାଏ ପଛେଇ
ଭୁଲ ବାଟ ଚାଲୁଛି କେ ଯଦି
ଶ୍ରୀକ୍ଷେତ୍ର କି ଯାଏ ଆଗେଇ
ବାଟ ଅବାଟରେ ଗୋଡ଼ ଖସିଗଲେ
ବାଟ ଦିଅ ପ୍ରଭୁ ବତେଇ
ତୁମେ ହିଁ ଦେବ ଦେବୀ ଓ ଆରାଧ୍ୟ୍ୟ
ତୁମ ଛଡା କିଏ ଦେବ ରଖେଇ
ପତର ସୁଅରେ ଭାସିଯିବା ବେଳେ
ସୁଅ ମୁହଁରେ ପତର ସଜେଇ
ତୁମେ ତ ନାଆ ତୁମେ ବି ନାଉରୀ
ତୁମ ଛଡା କିଏ ଆସିବ ଆଗେଇ
ରକ୍ଷକ ତୁମେ ରକ୍ଷାକଵଚ ସଭିଙ୍କ ପାଇଁ
କେମିତି ରଖୁଛ ସଜେଇ ।
