STORYMIRROR

Sunanda Mohanty

Abstract Thriller Others

4  

Sunanda Mohanty

Abstract Thriller Others

ଚଲାପଥ

ଚଲାପଥ

1 min
10


ଚାଲିବାକୁ ପାଦ ଦେଇଛ ପ୍ରଭୁ 

ରାସ୍ତା ବି ଦେଇଛ ଫିଟେଇ 

ଚାଲୁ ଚାଲୁ ଝୁଣ୍ଟି କ୍ଷତାକ୍ତ ହେଲିଣି 

ପାପ ପୁଣ୍ୟ କେତେ ଗୋଟେଇ 

ପାପର ଘଡ଼ାରେ ପୁଣ୍ୟ ପରିମିତି 

ଗଣିତ କରେ ମୁଁ ଛୋଟେଇ 

ସକାଳ ପ୍ରଣାମ ଘେନ କଳାମୁଖ 

ପାଦ ପଡେ ଆଜି ବଙ୍କେଇ

ନଈ ପାଣି ଗୋଳିଆ ହେଲେ 

ସାଗର କି ଯାଏ ପଛେଇ 

ଭୁଲ ବାଟ ଚାଲୁଛି କେ ଯଦି 

ଶ୍ରୀକ୍ଷେତ୍ର କି ଯାଏ ଆଗେଇ 

ବାଟ ଅବାଟରେ ଗୋଡ଼ ଖସିଗଲେ 

ବାଟ ଦିଅ ପ୍ରଭୁ ବତେଇ 

ତୁମେ ହିଁ ଦେବ ଦେବୀ ଓ ଆରାଧ୍ୟ୍ୟ 

ତୁମ ଛଡା କିଏ ଦେବ ରଖେଇ 

ପତର ସୁଅରେ ଭାସିଯିବା ବେଳେ 

ସୁଅ ମୁହଁରେ ପତର ସଜେଇ 

ତୁମେ ତ ନାଆ ତୁମେ ବି ନାଉରୀ 

ତୁମ ଛଡା କିଏ ଆସିବ ଆଗେଇ 

ରକ୍ଷକ ତୁମେ ରକ୍ଷାକଵଚ ସଭିଙ୍କ ପାଇଁ 

କେମିତି ରଖୁଛ ସଜେଇ ।


Rate this content
Log in

Similar oriya poem from Abstract