STORYMIRROR

Sunanda Mohanty

Romance Thriller Others

4  

Sunanda Mohanty

Romance Thriller Others

ପ୍ରେମର ବି ଚାରିଦିଗ

ପ୍ରେମର ବି ଚାରିଦିଗ

1 min
3


ପ୍ରେମ କରି ଲାଭ କଣ 

ଫଗୁଣ ଯଦି ଅଭିମାନୀ 

ପ୍ରେମରେ କିବା ଲାଭ 

ହୃଦୟ ଚିହ୍ନିନି କେହିଜଣେ 

ପ୍ରମରେ ମତୁଆଲି ହୋଇନି 

ପ୍ରେମରେ ପ୍ରତାରଣା ପାଇନି 

ନଈ ପରି ଉଛୁଳିନି 

ସମୁଦ୍ର ପରି ସହିନି 

ପାହାଡ଼ ପରି ନଇଁପଡିନି 

ବାଉଁଶ ଗଛ ହେବାକୁ ପଡିନି 

ସେ କି ପ୍ରେମ 

ଯୋଉଠି ଗତାନୁଗତିକତା ଛଡା 

କିଛି ନାହିଁ ବୁଝିବାକୁ 

ସତରେ ନହେଲେ ସ୍ୱପ୍ନରେ 

ଭିଜି ଭିଜାଇ ବର୍ଷା ପରି 

ଗ୍ରୀଷ୍ମରେ ବୁହାଇନି ଝାଳ 

ଭାବିନି ଲେଖିବି ଚିଠି ଗୋଲାପ 

ପାଖୁଡ଼ାରେ ନହେଲେ ନାହିଁ 

ତା କଣ୍ଟାରେ ଛାତି ଚିରି 

ତା ନାଁ ଗାଁ ଠିକଣାକୁ ଥରେ 

ନିଜ ଗାଁ ପଦ୍ମ ପୋଖରୀ ଜଳରେ 

ହଳଦୀ ବସନ୍ତ ଥଣ୍ଟରେ 

କୋଇଲି କଜଳପାତି କି କାଉ 

ଡେଣାରେ ଅବା ଆକାଶ ଛାତି ଚିରି 

ତାରାରେ ଜହ୍ନରେ 

ସଂସାର ସମସ୍ତେ କରନ୍ତି 

ପ୍ରେମରେ ନୁହେଁ ବୁଝାମଣାରେ 

ପ୍ରେମ ହୁଏ ଥିଲେ ଭାଗ୍ୟରେ ।


Rate this content
Log in

Similar oriya poem from Romance