STORYMIRROR

Sunanda Mohanty

Abstract Thriller Others

4  

Sunanda Mohanty

Abstract Thriller Others

ଜନ୍ମଦିନ

ଜନ୍ମଦିନ

1 min
1


ତିଥିବାର ଥିଲା ଶୁଭ 

ସକାଳ ଥିଲା ଚମତ୍କାର 

ମଧ୍ୟାହ୍ନର ମଧୁରତା ଛନ୍ଦ 

ସନ୍ଧ୍ୟାରେ ଧୂପ ଦୀପ ଛାନ୍ଦ 

ରାତ୍ରୀ ଆକାଶର ତୋଫା ଜହ୍ନ 

ସବୁ ଫେଣ୍ଟି କେତେ ରଙ୍ଗ ସୃଷ୍ଟି

ହେଲେ ମହାଦେବ ଜନ୍ମ 

ପାଇ ଶିବ ମିଶ୍ର ନାମ 

କଳିରେ କାଳିମା ସଂହାରି 

ବିଭୁ ପଦେ ଦେଇ ମନ ଧ୍ୟାନ 

ଅନ୍ୟ ଗରିମା ବଢ଼େଇ 

ବଡ଼ପଣ ପଛକୁ ପକାଇ 

ସାହିତ୍ୟରଥି ହୋଇ ଏତେ ନମ୍ର 

ଜଗନ୍ନାଥଙ୍କ ଧାମରେ ଏ ବିକ୍ତିତ୍ୱର 

ନିଶ୍ଚୟ ବ୍ୟତିକ୍ରମ 

ସଫଳ ହେଉ କାମ୍ୟ ପାଇ ପୁଣ୍ୟ 

ଏତିକି ମାଗୁଛି ମାଗୁଣି କାମ୍ୟ 

ବଡ଼ଭାଇ ପାଆନ୍ତୁ ଆୟୁଷ ଆଶିଷ 

ନିରୋଗ ରହିବାର କୃପା ଦାନ

ଧନ ଧାନ୍ୟ ପୁରିଉଠୁ ସେ ସଦନ 

ଯେଉଁଠି ଶିବ ଶିବା ସେତ ନୀଳାଚଳ ଧାମ ‌।


Rate this content
Log in

Similar oriya poem from Abstract