ଅବସର
ଅବସର
ଅବସର ଛୋଟ ଜୀବନରେ
ପରକୁ ପର କେତେ ଥର
କୋଉ ଅବସର ଦୁଃଖର ସୁଖର
ଅବା ଏକ ଗାଣେତିକ ସଂଖ୍ୟାର
ଆହ୍ୱାନ କିଛି କରିବାର
କେବେ ଯୁଦ୍ଧ କେବେ ଯଜ୍ଞ
କେବେ ବି ଶରଶଯ୍ୟା
କେବେ ଆଜ୍ଞାତସାରର
କ୍ରୀତଦାସ ଆମେ ସଭିଏଁ ଏଠାରେ
ସମୟ ଚକ୍ରର
ଘଣ୍ଟା କଣ୍ଟା ମିନଟ କଣ୍ଟା ଘୁରେ
କ୍ଲକ ଓ ଆଣ୍ଟି କ୍ଲକ କହେ କିଏ ଥରକୁଥର
ବୟସର ସମୟରେ
ଆସେ ଯେବେ ଅବସର
କିଏ କହେ ସଂଖ୍ୟା ଏକ ମନେରଖିବାର
କିଏ ମାତାଲ ହୁଏ ପିଇକି ଜହର
ଜହର ନାମେ କେତେ ଯେ ବେଭାର
ମତୁଆଲି ମହୁଲି ନିଶାର
ଅବା ଛଳନା ପ୍ରତାରଣା ଭିତର
ନିଜ ମୁହଁ ନିଜକୁ ଦିଶେ ପ୍ରତିଛବି କାର
ଦର୍ପଣ କହେ ସୁନ୍ଦର ପୁଣି କଦାକାର
ଅବସର ଆସେ ପ୍ଳାବନ ଚକ୍ଷୁର
ପେଟ ପାଟଣା ଯୋଗାଡ଼ କରୁ କରୁ
କାହିଁ ଯେ ମଣିଷ ଜୀବନେ ଅବସର
ଭାବାନ୍ତର ଭାରେ ଭାବ ବ୍ରହ୍ମ ନିରାକାର
ସୂର୍ଯ୍ୟଙ୍କ ପାଶ୍ଚାତ ଗତି ଅଭିସାର
ମୌସୁମୀ ଆସିବ ଗ୍ରୀଷ୍ମ ନେବ ଅବସର ।।