STORYMIRROR

Ajit Kumar Raut

Action

4  

Ajit Kumar Raut

Action

ମାତୄ ଦିବସ

ମାତୄ ଦିବସ

1 min
242


ବର୍ଷକୁ ଆସଇ ମାଆଁଙ୍କ ଦିବସ

ମାଆଁଙ୍କ ସମ୍ମାନ ପାଇଁ,

ନଅ ମେ ରେ ଏହି ପବିତ୍ର ଦିବସ

ଚରଣ ବନ୍ଦନା ପାଇଁ।


ସନ୍ତାନ ପୂଜୀବେ ମାତାଙ୍କ ଚରଣ

ପବିତ୍ର ଦିନ ହିଁ ଏହି,

ଆଶିଷ କରିବେ ସନ୍ତାନଙ୍କୁ ତାଙ୍କ

ଅପୂର୍ବ ଦିନ ହିଁ ଏହି।


ଜନ୍ମଦାତ୍ରୀ ମାତା କରୁଣାର ସିନ୍ଧୁ

ଋଣ ଶୁଝି ହେବ ନାହିଁ,

ଜୀବନରେ ତାଙ୍କ ଦୁଃଖ ହିଁ ନ ହେଉ

ଭକ୍ତି ପ୍ରେମ ରହୁ ତହିଁ।


କର୍ତ୍ତବ୍ୟ ପଥଟି ବିଚଳିତ ନୋହୁଁ

ଚରଣ ମୁଁ ସେବୁ ଥିବି,

ଆଦର ସତ୍କାର କରୁ ଥିବି ନିତ୍ୟେ

ଅର୍ପଣ ପ୍ରାଣ କରିବି।


ସେହୁ ମୋ ଗୁରୁ ସେହୁ ମୋର ଭକ୍ତି

ଜୀବନେ ପ୍ରେରଣା ସେହୁ,

ସେହୁ ମୋର ଜ୍ଞାନ ପ୍ରରମାତ୍ମା ଭି ସେହୁ

ଜୀବନ ଆଧାର ସେହୁ।


ସତ୍ୟପଥ ସେହୁ ଧର୍ମପଦ ସେହୁ

କର୍ମପଥ ମଧ୍ୟ ସେହୁ

ତାଙ୍କ ତ୍ୟାଗ କେବେ ଭୂଲି ନ ପାରିବି

ଜୀବନ ସର୍ବଶ ସେହୁ।


ହାର୍ଦ୍ଦିକ ଶୁଭେଛା ଅଭିନନ୍ଦନଟି

ସମସ୍ତ ମାତାଙ୍କୁ ମୋର,

କୋଟି ପ୍ରଣିପାତ କରୁଅଛି ମୁହିଁ

ବିଚ୍ଛିନ୍ନାଚଳରୁ ମୋର।


ଯେତେ ବାଧା ବିଘ୍ନ ଆସୁହିଁ ଜୀବନେ

ଚରଣ ମୁଁ ସେବୁ ଥିବି,

ସବୁ ସୁଖ ମାତା ଆଣି ଦେବି ତତେ

ତଥାପି ଋଣି ରହିବି।


ବର୍ଷକୁ ଆସଇ ମାଆଁଙ୍କ ଦିବସ

ମାଆଁଙ୍କ ସମ୍ମାନ ପାଇଁ,

ନଅ ମେ ରେ ଏହି ପବିତ୍ର ଦିବସ

ଚରଣ ବନ୍ଦନା ପାଇଁ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action