STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ଦୁଇ ହାତ ପାତି

ଦୁଇ ହାତ ପାତି

1 min
287


ଦୁଇ ହାତ ପାତି ମାଗୁଛି ଛାମୁରେ

    ତୁମରି କରୁଣା ପାଇଁ

ଧନ ଜନ ମାନ କିଛିବି ଚାହେଁନା

   ଦୟା ରଖିଥିବ ସାଇଁ।

ଅଳପ ଆୟୁସେ ଯାହା ମୁଁ ବୁଝିଛି

   ତୁମ ଛଡା କେହି ନାହିଁ

ଆନନ୍ଦ ବିଷାଦ ସୁଖ ନିରାନନ୍ଦ

   ଏସବୁ ଆମରି ପାଇଁ।

ପ୍ରତି ମୁହୂର୍ତ୍ତରେ ପରୀକ୍ଷା ନେଉଛ

   ତୁମେ ତ ଭକ୍ତ ବାନ୍ଧବ

ତୁମରି କରୁଣା କେ ମାପି ପାରିବ

    ଅସମ୍ଭବ ଯେ ସମ୍ଭବ।

ଯୌବନରେ ପ୍ରଭୁ ଭୂଲି ଯାଇଥିଲି

   ଏବେ ତ ମନେ ପଡୁଛ

କୃତ କର୍ମ ଫଳ ଭୋଗିବା କାଳରେ

   ଅନୁଭବ ରେ ଆସୁଛ।

ତୁମରି କରୁଣା ଟିକିଏ ମିଳିଲେ

   ଅନ୍ଧାର ଯିବ ଦୂରେଇ

ଧର୍ମ ପଥ ମୋତେ ଦିଶିଯିବ ବଳେ

   ମହତ ରଖ ଗୋସାଇଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action