STORYMIRROR

Satyanarayan Sahoo

Abstract Action

4  

Satyanarayan Sahoo

Abstract Action

ବାସ୍ତବ ବୀର

ବାସ୍ତବ ବୀର

1 min
298


ପଚାରିଲେ ଦିନେ ଶ୍ରେଣୀ ରେ ଶିକ୍ଷକ 

ଆହେ ପିଲା ମାନେ କୁହ

ବାସ୍ତବ ବୀର ଭାବରେ ତୁମେ ମାନେ

କାହାକୁ ସ୍ଵୀକୃତି ଦେବ ?

ଦୁଇ ଚାରି ଜଣ  ପିଲା ହାତ ଟେକି

କହିଲେ ଆମେ କହିବା

ବାସ୍ତବ ବୀର ଭାବରେ ଆମେ ମାନେ 

କିଏ ଗ୍ରହଣ କରିବ। ।

ଜଣେ ପିଲାକୁ ସେ ନିର୍ଦ୍ଦେଶ ଦେବାରୁ

କହିଲା ସେ ଉଠି ପଡ଼ି

ପ୍ରକୃତ ବୀର ଭାବରେ  ଆମେ ମାନେ

ଅଗ୍ନିକ ମାନଙ୍କୁ କହି । 

ଅଗ୍ନି ବିପର୍ଯ୍ୟୟେ ସୁରକ୍ଷା କରେ ଯେ

ଅଜସ୍ର ଧନସମ୍ପଦ

ଜୀବ ଜନ୍ତୁ ପଶୁ ପକ୍ଷୀ କୀଟ ଆଦି

ସାଥେ ଅଶେଷ ଉଦ୍ଭିଦ ।

ଯାହାଙ୍କ ହେତୁରୁ ରହେ ସୁରକ୍ଷିତ

ମଣିଷ ର ଧନ ଜନ

ଜଳନ୍ତା ନିଆଁ ରୁ କରନ୍ତି ବାହାର

ପୁଣି ଅଗ୍ନି ନିର୍ବପାନ ।

ସହିତ ବହୁତ ସାଧନ୍ତି ସେ ହିତ

ନିତି ଜୀବ ସମାଜ ର

ବଢ଼ି , ବନ୍ୟା, ବାତ୍ୟା ବିପର୍ଯ୍ୟୟେ ପୁଣି

କରନ୍ତି ସେହି ଉଦ୍ଧାର ।



Rate this content
Log in

Similar oriya poem from Abstract