ଜଗନ୍ନାଥ ତୁମେ ଜଗନ୍ନାଥ
ଜଗନ୍ନାଥ ତୁମେ ଜଗନ୍ନାଥ
ତୁମେ ଅନାଦି ଅନନ୍ତ
ତୁମେ ଏ ଜଗତ
ଏ ସୃଷ୍ଟି ର ସ୍ରଷ୍ଟା
ପ୍ରଭୁ ହେ ତୁମେ ତ
ଜଗନ୍ନାଥ ତୁମେ ଜଗନ୍ନାଥ ।
ଜଗତର ନାଥ
ହେ କଳା ସାଆନ୍ତ
ତୁମେ ମହାବାହୁ
ତୁମ ପାଇଁ ପ୍ରଭୁ
ଶାନ୍ତ ଏ ଜଗତ
ତୁମେ ଶାନ୍ତି ର ଦୂତ
ପାପ ପୂଣ୍ୟର କର ବିଚାର
ବିଶ୍ଵ କଲ୍ୟାଣରେ କର ପ୍ରଚାର
ତୁମେ ଶାଶ୍ଵତ
ତୁମ ପାଇଁ ପରା ଏ ଜଗତ
ଜଗନ୍ନାଥ ତୁମେ ଜଗନ୍ନାଥ ।
ନିତ୍ୟ ଅନିତ୍ୟ ର ତୁମେ ପ୍ରତୀକ
ସମ୍ପୂର୍ଣ୍ଣ ଅସମ୍ପୂର୍ଣ୍ଣର ମହା ନାୟକ
ତୁମେ ଶାନ୍ତି ମୈତ୍ରୀ ମୁକ୍ତିର ବୁଝ ମହତ୍ତ୍ଵ
ତୁମେ ଶାନ୍ତି ତୁମେ ଶାନ୍ତ
ତୁମେ ବିଶ୍ଵାସ ଅବିଶ୍ବାସେ
ଗଢିଛ ଏ ଜଗତ
ତୁମେ ଚିରନ୍ତନ ତୁମେ ସତ୍ୟ
ତୁମ ପାଇଁ ଧନ୍ୟ ଏ ଜଗତ
ଜଗନ୍ନାଥ ତୁମେ ଜଗନ୍ନାଥ ।
ସଂସାର ଡୋରି ତୁମ ପାଇଁ
ଅଟେ ମଜଭୁତ
ତୁମେ ଭାଗ୍ୟ ତୁମେ ଭଗବାନ
ତୁମ ଯୋଗୁଁ ସୃଷ୍ଟି ସର୍ଜିତ
ତୁମେ ନୀତି ଆଦର୍ଶ
ତୁମେ ଏ ବିଶ୍ଵ ତୁମେ ଏ ଜଗତ
ଜଗନ୍ନାଥ ତୁମେ ଜଗନ୍ନାଥ ।
ପ୍ରୀତି ପ୍ରଣୟର ତୁମେ ପ୍ରଣେତା
ତୁମେ ସୃଷ୍ଟିକର୍ତ୍ତା ତୁମେ ଜଗତ ନିର୍ମାତା
ସୃଷ୍ଟି ନିର୍ମାଣ ବିଲୟ ର ତୁମେ କର୍ତ୍ତା
ତୁମେ ମାନବ ତୁମେ ଦାନବ
ତୁମେ ହିଁ ଦେବ
ତୁମ ପାଇଁ ସୃଷ୍ଟି ଏ ଭବ
ତୁମେ ହିଁ ଅଟ ବେଦ ବେଦାନ୍ତ
ତୁମେ ସୃଷ୍ଟି କରିଛ ରାମାୟଣ ମହାଭାରତ
ଜଗନ୍ନାଥ ତୁମେ ଜଗନ୍ନାଥ।
