କଷ୍ଟ
କଷ୍ଟ
କଷ୍ଟ ଲୁଚି ପାରେନି
ମାଆ ଆଖି କଣରେ ଦୁଇ ଧାର ଲୁହ ହେଇ ଜକେଇ ରୁହେ
ତ କେବେ ବାପାଙ୍କ ପାନ ଖିଆ ଓଠରେ ଚେନାଏ ହସ ହେଇ ଖେଳି ଯାଏ।
ହଁ କଷ୍ଟ ଲୁଚି ପାରେନି।
କଷ୍ଟ କଥା କୁହେ
ଶିଳ୍ପୀ ର ନିହାଣ ମୁନରେ ବସି ପଥର କୁ ଚିରି ଚିତ୍ରନଟି ଗଢେ
ତ କେବେ ଚିତ୍ରକାର ର ତୁଳି ଅଗରେ ସାତରଙ୍ଗୀ ରଙ୍ଗ ହେଇ ଝରେ
ହଁ କଷ୍ଟ କଥା କୁହେ।
କଷ୍ଟ ସୃଷ୍ଟି କରେ
କବିର କଲମ ମୁନରେ ରହି ତା ହୃଦୟର କବିତା ଲେଖେ
ତ କେବେ କଳାକାର ର ଅଭିନୟ ରେ ରହି ତା କାହାଣୀ କୁ ଜୀବନ୍ତ କରେ।
ହଁ କଷ୍ଟ ସୃଷ୍ଟି କରେ।
କଷ୍ଟ କାହାଣୀ ଲେଖେ
ଗରିବ ର ମୁଣ୍ଡ ଝାଳ ହେଇ ତା ସଂସାର ର ଭାଗ୍ୟବିଧାତା ସାଜେ
ତ କେବେ ଅସହାୟ ର କୋହ ହେଇ ତା ମନରେ ଶକ୍ତି ସଂଚାର କରେ।
ହଁ କଷ୍ଟ କାହାଣୀ ଲେଖେ।
କଷ୍ଟ ମଣିଷ ଗଢେ
ଦୁଃଖୀ ର ସହିବା ଶକ୍ତିର ସୀମା ଡେଇଁ ତାକୁ ପଥର ପରି ଶକ୍ତ କରେ
ତ କେବେ ଦରଦୀ ମଣିଷର ଦୟା ହେଇ ତାକୁ ଚଳନ୍ତି ଈଶ୍ୱର ସଯାଏ।
ହଁ କଷ୍ଟ ମଣିଷ ଗଢେ।