ମନର ମୋହ
ମନର ମୋହ


ଭାବି ନେଇଥିଲି
ତୁ ହିଁ ମୋ ଅଗଣାର ତୁଳସୀ
ତୋ' ମୋ ସମ୍ପର୍କ ଯେ
କେବେ ହେବନି ବାସି ।
ତୁ କେବେ ସୁନେଲି ସକାଳ
ସମୟରେ ବଦଳି ଯାଉ
ପୁଣି କେବେ ସଞ୍ଜ ହେଇ
ଆଉ ଗୋଟେ ରାତିକୁ ଅନେଇ ଥାଉ ।
ମୁଁ ଦଦରା ନାଆ, ତୁଚ୍ଛଟାରେ
ଅକାତ ଜଳରେ ଭାସିବାର ସ୍ବପ୍ନ ଦେଖେ
ପବିତ୍ର ପ୍ରେମ ନାଆଁରେ ନିଜକୁ
ବିକଳାଙ୍ଗ ସଜେଇ ଧୋକ୍କା ଦିଏ ।।