STORYMIRROR

kahnu charan sahu

Abstract

3  

kahnu charan sahu

Abstract

ଆହତ ହୃଦୟ

ଆହତ ହୃଦୟ

1 min
270


ଉଡାଣ ଭରନ୍ତି

ଶ୍ବାସରୁଦ୍ଧ ଶବ୍ଦମାନେ

ହୃଦୟ କୋଠରୀକାରୁ

ଯେବେ ଚିହ୍ନା ଜହ୍ନ ଜହର ଦିଏ ।


ଛଳଛଳ ଅଶ୍ରୁ 

ମାପିବାରେ ଅସଫଳ ହୁଏ

ତୁମର ମୁଁ କିଏର ଅପେକ୍ଷା

ଯନ୍ତ୍ରଣାର ତାଜମହଲ ତୋଳେ

ତମ ଛଳନାର ନୀରବତା ।


ବାସ୍ନାୟିତ ରାତି

କଷ୍ଟ ଅନୁଭବ କରେ

ତମ ସ୍ୱସ୍ତିର ନିଃଶ୍ବାସ ମାରିବାରେ

ନିର୍ଯ୍ୟାତିତ ମନ

ଆଉଜି ନିଏ ଅପେକ୍ଷାମାଣ ଝର୍କା

ଉପେକ୍ଷିତ ସ୍ମୃତି ଜଳିବା ଭୟରେ ।


ବାମନର ଆଶା

ଆକାଶକୁ ଛୁଇଁବାର ନିରାଶପଣ

ଆହତ ହୃଦୟର ଦିଏ ପରିଚୟ,

ବିପନ୍ନ ଶବ୍ଦ ସାଙ୍ଗରେ

ଓହରି ଯାଏ ଜାବୁଡି ଧରିବାକୁ

ଶାଶ୍ୱତ ଆଲିଙ୍ଗନର ସ୍ବପ୍ନଦେଖୁ ଥିବା ହାତ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract