STORYMIRROR

Jesu christ Muduli

Abstract

3  

Jesu christ Muduli

Abstract

ଜୁହାର ସହସ୍ର ଅଜସ୍ର

ଜୁହାର ସହସ୍ର ଅଜସ୍ର

1 min
280


ଯାର ଗୀତ ରୁ ଝରେ ଅମୃତ

ଯାର କଥାରେ ବିଶ୍ଵ ବିମୋହିତ

ଯାର ଗାଥା ଚିର ଶାଶ୍ଵତ

ଯାର ଚିନ୍ତା ଖାଲି ବିଶ୍ବ ହିତ

ଯିଏ ଶିଖେଇଛି ଜୀବନ ର ଅର୍ଥ

ଯିଏ ସାଜିଛି ବିଶ୍ବ ର ଆଲୋକ ପଥ

ଯାର ନାମ ସ୍ପର୍ଶେ ହୁଏ

ଛାତି କୁଣ୍ଢେମୋଟ

ପ୍ରାଣ ଉହ୍ଲାସିତ

ଦେହ ହୁଏ ପୁଲକିତ 

ମନେ ଖେଳିଯାଏ ଅବ୍ୟକ୍ତ 

ରୋମଞ୍ଚିତ ସ୍ଵତଃସ୍ପୃତ ସ୍ରୋତ....

ସିଏ ଅତ୍ର ସତ୍ର 

ସର୍ବ ପ୍ରିୟ ସର୍ବତ୍ର 

ସିଏ ତୀର୍ଥ, ପୁଣ୍ୟ କ୍ଷେତ୍ର

ଆମ୍ଭ ଯଶଶ୍ଵୀ ଦେଶ ଭାରତ...।

ଶାନ୍ତି ପ୍ରୀତି ଭକ୍ତି ମୈତ୍ରୀ ର ମୂଳମନ୍ତ୍ର

ତାର ଗଣତନ୍ତ୍ର...

ଧର୍ମ ଅସ୍ତ୍ର ଶସ୍ତ୍ର ର ସୁରକ୍ଷା କବଚ

ତାର ଗଣତନ୍ତ୍ର...

ଧର୍ମ ସଂସ୍କୃତି ର ବିଶ୍ବ ଶାସ୍ତ୍ର

ତାର ଗଣତନ୍ତ୍ର... 

ଆମ ନେତ,ନେତ୍ର

ହାତ, ଭାତ ଓ ବସ୍ତ୍ର

ସବୁଠି ବିଦ୍ୟ ଆମ ଗଣତନ୍ତ୍ର...

ତେଣୁ କରୁଛୁ ଜୁହାର 

ତାହାକୁ ସହସ୍ର ଅଜସ୍ର..।।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract