STORYMIRROR

Mamatamanjari Das

Abstract

3  

Mamatamanjari Das

Abstract

ବାପା

ବାପା

1 min
179

ବାପା,

ଖାଲି ଶବ୍ଦ ନୁହେଁ

ବିଶ୍ୱାସ ର ଏକ ସୁନେଲି କିରଣ

ପରିବାରର ମଝିଖୁଣ୍ଟ

ପିଲାଙ୍କର ଆଶାର ଅମୃତ ଝରଣା 

ବାହାରକୁ ପର୍ବତ ସମ

ଭିତରୁ ନରମ ।


ବାପା,

ଜୀବନ ସଙ୍ଘର୍ଷ ର ଏକ

ଜ୍ୱଳନ୍ତ ଅଗ୍ନି ଉଦ୍ଗିରଣ

ପିଲାଙ୍କ ପାଇଁ ଆସିଲେ ବିପଦ

ଛିଡା ହୋଇଯାନ୍ତି

ହୋଇ କଳ୍ପଦ୍ରୁମ ।


ବାପା,

ସଂସାର ଟା ରଥ ହେଲେ

ସେ ତାର ସାରଥୀ

ପିଲାଙ୍କୁ ସୁଖ ବାଣ୍ଟୁ ବାଣ୍ଟୁ

ବାଧେନାହିଁ କେବେ ତାଙ୍କୁ

ଜୀବନରେ ଆସୁ ଯେତେ ଖରା ବର୍ଷା ତାତି।


ବାପା,

ପିଲାଙ୍କ ସ୍ୱପ୍ନ ସାକାର କରିବା ପାଇଁ

ଲଗାନ୍ତି ସେ ଜୀବନକୁ ବାଜି

ବିପଦ ଆସେ ଯେବେ ପରିବାର ପାଇଁ

ଯାଆନ୍ତି ସେ ନାଉରି ଟେ ସାଜି ।


ବାପା,

ଥକ୍କା ପଣ ଦେଖାନ୍ତିନି କେବେ ସିଏ

ଜୀବନ ଜଞ୍ଜାଳେ

ପରିବାର ପାଇଁ ଖୁସି ବାଣ୍ଟୁ ବାଣ୍ଟୁ

ପାଦ ତାଙ୍କ କେବେହେଲେ

ହୁଏନାହିଁ ଟଳମଳ ।


ବାପା ,

ଏ ସଂସାରର ବୃନ୍ଦାବନେ 

ସାକ୍ଷାତ ଈଶ୍ୱର

ଯାହା ପାଖେ ବାପା ଅଛି

ଦୁନିଆରେ ସବୁ ଅଛି ତା'ର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract