STORYMIRROR

Puspanjali Panda

Abstract

3  

Puspanjali Panda

Abstract

ରଙ୍ଗ ର ଆଳୟ

ରଙ୍ଗ ର ଆଳୟ

1 min
201

ବସନ୍ତ ଆସେ ଧରାକୁ ସାଥେକେତେ ଫଗୁ ରଙ୍ଗ ନେଇ

ରଙ୍ଗର ପସରା ମେଲି ଆସେ ହୋଲିହସେ ପ୍ରେମେ ରାଈ।।

ପ୍ରେମ ରଙ୍ଗେ ରଙ୍ଗାଇବ କଳାକାହ୍ନୁ ଶ୍ୟାମ ରଙ୍ଗ ବୋଳି

ପ୍ରାଣଧିକା ରାଧାଗୋରୀ ମନ ଭରିହେବେ କୋଳାକୋଳି।।

ସାତରଙ୍ଗ ସହ ଯେତେ ରଙ୍ଗ ଦେଇରସିକ ନାଗର

ମାରୁଥିବ ପିଚକାରୀ ବ୍ରଜନାରୀ 

ମନ କିଣା ଚୋର।।

ନାଲି ନୀଳ ଅବିର ରେ ବୋଳି ହୋଇ 

ଦିଶିବ ସୁନ୍ଦର

ଆତ୍ମାକିଛି ରଙ୍ଗ ମାନେନାହିଁ 

ବୁଝେନାହିଁ ପ୍ରେମ ରଙ୍ଗ ସାର।।

ମଳୟ ପରଶ ଦେଇ ବସନ୍ତକୁ

ମଧୁମାସେ କୁହୁତାନ ଭରି

ୠତୁ ରାଜ କରିତୋଳେ ହୋଲି ସାଜେ, 

ସଙ୍ଗଦିଏ କାହ୍ନୁର ମୁରଲୀ।।

ହୋଲିକା ଦହନ କହେମିଥ୍ୟା ପରେ

 କାଳେ ସତ୍ୟର ବିଜୟ

ସାନ ବଡ଼ ଭୁଲି ସର୍ବେ ଏକାକାର ହୋଇ ପର୍ବେ ରଚିଯିବେ ରଙ୍ଗର ଆଳୟ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract