STORYMIRROR

Chinmaya Kumar Sahoo

Abstract Others

3  

Chinmaya Kumar Sahoo

Abstract Others

ହୋଲି

ହୋଲି

1 min
259

ବସନ୍ତେ ଫୁଲେଇ ଫଗୁଣ ମାସେ

ବରଷକେ ଥରେ ହୋଲି ଟି ଆସେ


ରଙ୍ଗ ର ପସରା ସାଥିରେ ନେଇ

ପ୍ରେମ ର ଫଗୁ ରେ ସଜେଇ ହେଇ


କୋଇଲି ର କୁହୁ ତାନ ର ତାଳେ

ବଗିଚାରେ ପୁଣି ଆମ୍ବ ବଉଳେ


କୃଷ୍ଣଚୁଡା ସାଜେ ଧରଣୀ ଗଭା

ଅସ୍ତଗାମୀ ସୂର୍ଯ୍ୟ ଙ୍କ ସ୍ବର୍ଣ୍ଣିମ ଆଭା


ପଳାସ ପାଟର ରକ୍ତିମ କାନି

ମେଲାଇ ବସିଛି ପ୍ରକୃତି ରାଣୀ


ସୁନୀଳ ଆକାଶେ ମଳୟ ଭାସେ

ରଜନୀ ଗନ୍ଧା ଓ ମଲ୍ଲିକା ବାସେ


ନଥାଏ ଗରମ କି ଥଣ୍ଡା ର ଡର

ବୈଶିଷ୍ଟ୍ୟତା ଏହି ଏ ବସନ୍ତର


ସବୁ ୠତୁ ଠାରୁ ସ୍ୱତନ୍ତ୍ର ସେହି

ଋତୁରାଜ ବୋଲି ବୋଲାଏ ତହିଁ


ବିମାନ ରେ ଆଜି ଦୋଳ ଗୋବିନ୍ଦ

ସାହି ସାହି ବୁଲି ଭାରି ଆନନ୍ଦ


ତାଙ୍କରି ପାଦରେ ମୁଣ୍ଡ ନୁଆଁଇ

ସ୍ନେହ ପ୍ରେମ ରଙ୍ଗ ଦେବା ଲଗାଇ


କ୍ରୋଧ ହିଂସା ହେଉ ଜୀବନୁ ଦୂର

ସଭିଙ୍କୁ ଶୁଭେଚ୍ଛା ହୋଲି ପର୍ବର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract