STORYMIRROR

Rabindra kumar Sahoo

Abstract Inspirational

3  

Rabindra kumar Sahoo

Abstract Inspirational

ଆକାଶ ଛୁଇଁବାକୁ ଇଛା

ଆକାଶ ଛୁଇଁବାକୁ ଇଛା

1 min
132

 

    ଆଶା ଅସୁମାରୀ

    ସ୍ଵପ୍ନରେ ମନ ଓ ହୃଦୟ

    ଯାଇଥାଏ ଭରି

    କିଛି ପାଇବାର ଆଶା

    ଉଚ୍ଚ ଆକାଂକ୍ଷାର ପରିଭାଷା

   ଜୀବନର ସେହି ଉଚ୍ଚାଭିଳାଷର

      ଅନ୍ୟନାମ ବୋଧହୁଏ

     ଆକାଶ ଛୁଇଁବାକୁ ଇଛା ।


    କିଛି ମିଛ କିଛି ସତର

     ବୋହୂ ବୋହୂକା ଖେଳରେ

     ଗଢା ଆମ ସଭିଙ୍କ ଜୀବନ

    କିଛି ଆମେ ପାଇବାର ଥାଏ

     ମନେ ଅନେକ ଇଚ୍ଛା

    ସଫଳତା ହିଁ ସବୁ ଜୀବଙ୍କର

     ଜୀବନର ଲକ୍ଷ୍ୟ

    ସ୍ଵପ୍ନ କୁ ସାକାର କରିବା

    ଜୀବନ ଯୌବନ କୁ 

     ମନ ଭରି ଜିଇଁବା

   ଜୀବନରେ ଜଣେ 

    ସଫଳ ମଣିଷ ହେବା

    ଆମ ସଭିଙ୍କର ଇଛା

    ସେ ହିଁ ଆମ ସମସ୍ତଙ୍କ ପାଇଁ

    ଜୀବନର ଉପଲବ୍ଧି

   ତାହା ହିଁ ହାସଲ

    କରିବାର ଅନ୍ୟ ନାମ

   ଆକାଶ ଛୁଇଁବାକୁ ଇଛା ।


    ସତ୍ୟ ,ନ୍ୟାୟ ,ଧର୍ମର

    ଧରି ପନ୍ଥା

    ଜୀବନେ ରଖି ନିଷ୍ଠା

    ପୂରଣ କରିବାକୁ ହେବ

    ଆମ ଜୀବନର ମନୋବାଞ୍ଛା

  ସତ୍ କର୍ମ ,ସତ୍ ସଙ୍ଗ ହିଁ

    ଆଣିବ ଜୀବନେ

   ସଫଳ ହେବାର ଇଛା

   ପୂରିତ ହେବ ଆମ

    ମନସ୍କାମନା

   ଆକାଶ ଛୁଇଁବାକୁ ଇଛା।


  

     

   

      

     

   

     



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract