ଗାଁରେ ଶୀତ ଦିନ
ଗାଁରେ ଶୀତ ଦିନ
ଧବଳ ଧବଳ
କୁହୁଡି ପ୍ରଲେପ
ରାତ୍ର ପାହାନ୍ତେ ଘେରେ,
ସୁଲୁ ସୁଲୁ ଥଣ୍ଡା
ପବନ ଝଲକେ
ଶୀତ ଆହୂଲା ଗାଏ ।
ଢଳଢଳ ପୁଣି
ଶୀଶୀର ବିନ୍ଦୁ
ଦୂବ ଘାସର ମୂଳେ,
କଢି କନିୟର
ଟଗର ଫୁଟଇ
ଅଳସ ସକାଳ ଚୂଳେ ।
ଥୁରୁ ଥୁରୁ କମ୍ପେ
ଗାଧୁଆ ତୁଠେ
ଥର ଇ ପୋଖରୀ ଜଳେ,
କଳ କଳ ମୀନ
ଖେଳଇ ତୀରେ
ଗାଁ ନଇ ର କୂଳେ ।
ଚାଷୀ ଭାଇ ଗୀତ
ଗାଉଥାଏ ଶୀତ
ଅମଳ ଫସଲ ମୂଳେ,
ଗାଁ ଦାଣ୍ଡ ହାଟ
ସବୁଜ ତଟକା
ବାଡି ବଗିଚାରେ ଫଳେ ।
ଘର ଲିପା ପୋଛା
ମାସ ମଗୁସୂରେ
ଝୋଟିର ପଦ୍ମ ଫୁଟେ,
ଶୀତ ପୋଷାକରେ
ପିଲା ଦୌଡନ୍ତି
ସ୍କୁଲ୍ ଛୁଟିର ବେଳେ ।
ଛୋଟ ଦିନ ପୁଣି
ସରି ଯାଏ ବେଳ
ସଂଧ୍ୟା ଆଳତୀ ଜଳେ,
ଶୀତ ବସେ ମିତ
ସଂଗେ ପରିବାର
ଉଲ୍ଲାସ ଆନନ୍ଦ ଚିତେ ।
