STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ଜାତି ଜାତି ରାବ୍ କିମ୍ପା?

ଜାତି ଜାତି ରାବ୍ କିମ୍ପା?

1 min
165


ତୁହି ମା ଭାରତ ଭୂମି      ଅଟୁ ମା ପବିତ୍ର ଭୂମି

    ଆମ୍ଭେତ ସନ୍ତାନ ତୋର ଅଟୁ ସରବେ,

ଦୀର୍ଘ ବର୍ଷ ପରେ ଭୂମି      ସମଭାବରେ ଜଡ଼ିତ

    ଜନତା ସୁବିଧା ପାଆନ୍ତି ଯହିଁ ଗୌରବେ।

        ଜାତି ଜାତି ରାବ୍ କିମ୍ପାରେ?

      ଜାତି ଜନଗଣନା କାହିଁକି ଦେଶରେ?


ଅନ୍ଧାରୁ ଏବେ ଆଲୁଅ     ଖୁସିରେ ଜନ ସକଳ 

    ତହିଁ ଡିଜିଟାଲ୍ ଏବେ ରାଷ୍ଟ୍ର ଆମର

କାହିଁକି ଜାତିଗଣନ     ସତ୍ତା ପାଇଁ କି କାମନା

    କେଉଁ ଷଡ଼ଯନ୍ତ୍ର ପାଇଁ ନିର୍ମାଣ ତା'ର।

       ଆଶ୍ଚର୍ଯ୍ୟ ଚକିତ କରୁଛି

    ସତ୍ତା ପାଇଁରେ ନେତା ପାଗଳ ହେଉଛି।


କୋଟି କୋଟି ଟଙ୍କା କିମ୍ପା?   ଜାତି ଜନଗଣନାରେ

    ଖର୍ଚ୍ଚ ହେଉ ସେହୁରେ ଜନକଲ୍ୟାଣରେ,

ନିର୍ବଳକୁ କର ଭାଇ      ସେବାରେ ଆତ୍ମନିର୍ଭର 

    କର ଶିକ୍ଷିତ ସାହାଯ୍ୟ ଉନ୍ନତି ତାହାରେ।

        ସମଭାବ ରହୁ ସେବାରେ,

      ତହୁଁ ଉନ୍ନତି ହୋଇବ ଜନଜନରେ।


ଜାତିଜାତି ରାବ୍ କିମ୍ପା?    କିବା ସତ୍ତା ଅଭିଳାଷ

    ବୁଝିବାରେ ଅସମ୍ଭବ ହୁଏ ରହସ୍ୟ

ଦୀର୍ଘ ବର୍ଷ ପରେ ଯହିଁ    ବନ୍ଧୁ ଗାଆଁର ବିକାଶ 

    ଜାତିଗଣନର କେଉଁ ବା ଉଦ୍ଦେଶ୍ୟ।

        ଡିଜିଟାଲ ପରାରେ ରାଷ୍ଟ୍ର

     ଅମୃତ କାଳର ଏ ବିକଶିତ ରାଷ୍ଟ୍ର।


ସୁନାମ ରାଷ୍ଟ୍ରର ପରା      ଗୁଞ୍ଜୁଅଛି ଅଛି ବିଶ୍ବେ

     ବିଶ୍ବଗୁରୁ ପରିରେ ସମ୍ମାନଟି ରାଷ୍ଟ୍ର,

ସବୁକ୍ଷେତ୍ରେ ଶକ୍ତିଶାଳୀ     ଆତ୍ମନିର୍ଭର ଏ ରାଷ୍ଟ୍ର

     ଶାନ୍ତିର ପୂଜାରୀ ଭାଇ ପବିତ୍ର ରାଷ୍ଟ୍ର।

        ମନଭାବ ଯା'ର ଅହିଂସା

      ମାନବ କଲ୍ୟାଣର ହୁଏ ତା ପ୍ରଶଂସା। 


ଶତ ଶତ ପ୍ରତିଶତ      ନାହିଁ ଭ୍ରଷ୍ଟାଚାର ଯହିଁ

    ସୁବିଧା ମିଳୁଅଛି କଲ୍ୟାଣର ପାଇଁ,

ଛାତ୍ରଛାତ୍ରୀର ସୁବିଧା     ବୃଦ୍ଧ ପେନ୍ସନ୍ ଟି ଯହିଁ

     ଖାତାରେ ଆସୁଛି ତା ସୁବିଧାର ପାଇଁ।

        ଭାରତ ହେଉଛି ଉନ୍ନତ

     ଆଦରେ ଗାଉଛି ବିଶ୍ବ ଏବେ ତାହାତ।


କେଉଁ ପ୍ରୟୋଜନ ଏବେ    ଜାତିରଟି ଗଣନାରେ

    ନାହିଁରେ ଭେଦଭାବ ପବିତ୍ର ରାଷ୍ଟ୍ରରେ,

ବିଧବା ପେନ୍ସନ୍ ଟି      ଏଠି ମିଳେ ସୁବିଧାରେ

    ଜାତିର ପ୍ରଶ୍ନ ଭାଇ ନାହିଁଟି ଏଠାରେ

        ଆତ୍ମନିର୍ଭରଟି ଏ ରାଷ୍ଟ୍ର

     ଆବିଷ୍କାର ତହିଁ ନିତି କରୁଛି ରାଷ୍ଟ୍ର।

                   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract