STORYMIRROR

SUKANTA KHANDA

Abstract

3  

SUKANTA KHANDA

Abstract

ଗାଁ ମନ୍ଦିର

ଗାଁ ମନ୍ଦିର

1 min
177


ଟାଙ୍ଗରତଳିରେ ପୂଜା ପାଉଛନ୍ତି

ତାରକେଶ୍ବର ଶିବ

ପ୍ରତି ସୋମବାର ଗହଳ ଚହଳ

ଥୋଇକି ଭକ୍ତିର ଭାବ।୧

ଭକ୍ତ ମନୋବାଞ୍ଛା ପୂରଣ ବୋଲିତ

ହୁଅଇ ଭକ୍ତଙ୍କ ଭିଡ଼

ଛୋଟ ହେଲେ ହେଉ ଏ ଟିକି ଗାଆଁଟି

ନିତି ହିଁ ଭକ୍ତଙ୍କ ଝଡ଼।୨

କୁମୁଟିଆ ନଦୀ ଧୋଇ ଦେଉଅଛି

ତାରକେଶ୍ବର ପାଦ

ସ୍ବଚ୍ଛ ନିର୍ମଳ ତା' ଏ ଜଳ ଧାରାଟି

ଭାବରେ ନାହିଁଟି ଭେଦ।୩

ବେଲ ପାହାଡ଼ଟି ଭରା ଜଙ୍ଗଲରେ

ଥିଲା ପଶୁଙ୍କର ହାଟ 

ସେଇଠାରେ ଆଜି ସାଧୁ ଓ ସନ୍ଥଙ୍କ

ହୋଇଛି ସାଧନା ପୀଠ।୪

ମନ୍ଦିର ବେଢା଼ରେ ପାଶ୍ବ ଦେବାଦେବୀ

ବଢା଼ନ୍ତି ସୌନ୍ଦର୍ଯ୍ଯ ଯାହା

ପ୍ରକୃତି ରାଣୀଙ୍କ ଅପାର ଦାନରୁ

ସୁନ୍ଦର ଦିଶୁଛି ଆହା।୫

ଭାରି ସରଳତା ନିଷ୍କପଟ୍ଟ ସ୍ଥାନ

ଜୀବନେ ଆସିବ ଯିଏ 

ଦୁଃଖକୁ ଲାଘବ ଅବଶ୍ଯ ହୋଇବ

ଶୋଷିବେ ଭାବୁଛ କିଏ?୬

ଏତିକି ଦେଲେ ହିଁ ଭୋଗ ଲାଗିହେବ

ତୁଣ୍ଡରେ ଆସିବ ନାହିଁ

ବଡ଼ ମନ୍ଦିରଟି ଭାବିକି ଯିବ ତ

ଶୋଷିବାକୁ ଥିବେ ଚାହିଁ।୭

ପୂଜା ଆରାଧନା ଦର୍ଶନ ଏଠାରେ

ନିଆରା ଜାଣିବ ତୁମେ

ଈଶ୍ବର ଇଛାରେ ଗଢି଼ ତୋଳିଛନ୍ତି

ମହାତ୍ମା ପୁରୁଷ ଭୂମେ।୮

କୋଟି ଧନ୍ଯବାଦ ଘେନ ହେ ମହାତ୍ମା

ତୁମର ଏ ଦାନ ଯୋଗୁଁ

ଦୂରକୁ ନ ଯାଇ ପାଖରେ ପୂଜିକି

ଦୁଃଖ କେବେ ନାହିଁ ଭୋଗୁଁ।୯

ଶିବ ମହାପ୍ରଭୁ କରୁଣା କରନ୍ତି

ଭକ୍ତଙ୍କ ମନକୁ ଜାଣି

କୁମୁଟିଆ ନଦୀ ସାହାଯ୍ଯ କରନ୍ତି

ବୁହାଇ ଆଣକି ପାଣି।୧୦

        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract