STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ସ୍ମୃତି ରହି ଯିବ ଖାଲି

ସ୍ମୃତି ରହି ଯିବ ଖାଲି

1 min
167


ସ୍ମୃତି ରହିଯିବପରାଟି ଜୀବନ ଯାତ୍ରାରେ

ଦୁଇ ହଜାର ବାଇଶି ଘଟଣା ସବୁରେ

ଦୁଇ ହଜାର ତେଇଶ ଏଣ୍ଡୁରି ପାଖରେ    

ବାଇଶି କାନ୍ଦୁଛି ହୋଇଣ ଅତି ବିକଳରେ।


ସ୍ମୃତି ରହିଯିବ


ଗୁମୁରି ଗୁମୁରି କାନ୍ଦୁଛି ବାଇଶି ଆକୁଳେ

ତେଇଶି ହୋଇବ ତହିଁଟି କାଲିର ସକାଳେ

ସ୍ବାଗତ କରିବେ ଜନତା ତାହାକୁ ସକଳେ

ବାଇଶି କାନ୍ଦୁଛି ଯା ପାଇଁ ଅତିହିଁ ବିକଳେ।


ସ୍ମୃତି ରହିଯିବ


ନୂତନ ସୂରୁଜ ଉଇଁବ ତେଇଶି ସ୍ବାଗତେ

ବିଦାୟ ନେବ ଟି ବାଇଶି ସ୍ମୃତିର ଆରତୈ

ନୂଆଖୁସି ପ୍ରୀତି ଆଣିବ ତେଇଶି ଜଗତେ

ସ୍ବପ୍ନ ବିଶ୍ବ ଗୁରୁ ସାକାର ହୁଏ ଟି ପରତେ।


ସ୍ମୃତି ରହିଯିବ


ସ୍ମୃତିରେଟି ଥିବ ଅମୃତ କାଳର ବୈଭବ

ବିଶ୍ବାସସଞ୍ଚାର ହେବଟି ଦେଶଟି ଗୌରବ

ନୂଆ ଭାରତର ଶକତି ବିଶ୍ବରେ ଗୁଞ୍ଜିବ

ଭାରତକଥାରେ ଜ୍ଞାନୀହୋ ବିଶ୍ବଟାଚଳିବ।


ସ୍ମୃତି ରହିଯିବ


ମୁହୂର୍ତ୍ତେ ରହିଛି ଏହାର ଏପାଖ ସେପାଖ

ବାଇଶି ରହିଛି ଭାଇମୋ ଏଣ୍ଡୁରର ପାଖ

ସ୍ମୃତିରେ ଥିବ ଟି ବାଇଶି ହୃଦୟର ପାଖ

ନୂତନ ତେଇଶି ଆସିବ ଏଣ୍ଡୁର ଏ ପାଖ


ସ୍ମୃତି ରହିଯିବ


ସମୟ ବରଷ ନୁହଁନ୍ତି ଚିରକାଳ ପାଇଁ

ସୃଷ୍ଟିରକଲ୍ୟାଣେ ନିର୍ମାଣ ଗତିଶୀଳପାଇଁ

ପ୍ରଭୁଙ୍କର ଭିଆଣ ଏହୁ କଳେବର ପାଇଁ

ପ୍ରେମପ୍ରୀତିଶ୍ରଦ୍ଧା ସୃଜନ ହୃଦୟର ପାଇଁ।


ସ୍ମୃତି ରହିଯିବ।





Rate this content
Log in

Similar oriya poem from Abstract