STORYMIRROR

Rabindra kumar Sahoo

Abstract Inspirational

3  

Rabindra kumar Sahoo

Abstract Inspirational

"ଶୀତ ଆମ ମିତ"

"ଶୀତ ଆମ ମିତ"

1 min
185

   କରେ ସେ ହିତ

   ଶସ୍ୟ ଶ୍ୟାମଳା ରେ

   ଭରେ ଆମ ବିଶ୍ଵ ଜଗତ

   ପନିପରିବାରେ ପୂରଇ କ୍ଷେତ

   ଶୀତ ଆମ ମିତ ସେ ଆମ ମିତ ।


   ପାଚିଲା ଧାନରେ ପୂରଇ ଖଳା

   ହୁଏ ନାନା ଯାନି ଯାତ୍ରା

   ପାଳୁ ଆମେ ନାନା ଉତ୍ସବ ମେଳା

   ଚଷା ପୁଅ ହସେ ଦେଖି ତା କ୍ଷେତ

   ଅମଳର ବେଳ ଅଟେ ଏହି ତ

   କୋବି, ଆଳୁ, ମୂଳା, 

   କୋଶଳା ଓ ଧନିଆପତ୍ର

   ସବୁଜିମା ରେ ଭରିଥାଏ

   ଆମ ସଭିଙ୍କ କ୍ଷେତ

   ଶୀତ ଆମ ମିତ ସେ ଆମ ମିତ ।


    ଜାତି ଜାତିକା ଫୁଟଇ ପୁଷ୍ପ

    ଲକ୍ଷ୍ମୀ ମା' ପୁଣି ହୁଅନ୍ତି ପୂଜିତ

   ମାଣବସା, ବାଟଓଷାରେ

    ଗାଁ ଓ ସହର ହୁଏ ପ୍ରକମ୍ପିତ

   ହସ ଖୁସିରେ ଓଡ଼ିଆଣୀ ପାଳେ

    ନାନା ପର୍ବପର୍ବାଣୀ ନିତ୍ୟ

    କେଡେ ମନୋରମ ମନୋହର

    ସାଜେ ଆମ ପ୍ରକୃତି ମାତ

   ଆହା କି ସୁନ୍ଦର ଆହା କି ଶାନ୍ତ

    ଆମ ମାଉସୀ ଅଟଇ ଶୀତ

    ଶୀତ ଆମ ମିତ ସେ ଆମ ମିତ ।


   


     

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract