STORYMIRROR

Sagar Kumar Parida

Abstract

3  

Sagar Kumar Parida

Abstract

ଚିଠି

ଚିଠି

1 min
41

ଚିଠି ଗୋ ତୁମେ ଦୁଇ ହୃଦୟର

       ମିଳନ ସଂଯୋଗ ସେତୁ,

ବିରହ ବେଦନା ଦୂର କରିଦିଅ

       ପାଖେ ମୋର ଆସୁଆସୁ ।।

ଅତୀତ ଯୁଗରେ ତୁମରି ରାଜୁତି

         ମାନବ ସମାଜ ମଧ୍ୟେ,

ଦୂର ଦେଶୁ ଯେବେ ଚିଠିଟେ ଆସଇ

         କେତେ ଖୁସି ଲାଗେ ସତେ ।।

ପ୍ରେମିକ ପ୍ରେମିକା ତୁମରି ପରଶ

          ପାଇବାକୁ ବ୍ୟାକୁଳିତ

ନିଜ ମନକଥା ତୁମ ପରେ ଲେଖି

         ପ୍ରେମ ରାଜ୍ୟେ ଆତଯାତ।।

ବେକାର ଯୁବକ ଚାକିରି ଆଶାରେ

         ଘରେ ଦୁଃଖେ ରହିଥାଏ

ତୁମେ ଯେବେ ଆସ ସୁ ସମ୍ବାଦ ନେଇ

           ମନ ତା ଆନନ୍ଦ ହୁଏ ।।

ବ୍ୟଥା ବେଦନାର ଆନନ୍ଦ ପ୍ରେମର

          ତୁମେ ଅଟ ମୁକ ସାକ୍ଷୀ 

ମଣିଷ ସମାଜ ଭୁଲିବନି କେବେ

           ତୁମର ସେ ସ୍ମୃତି ରାଜି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract