STORYMIRROR

Sagar Kumar Parida

Others

3  

Sagar Kumar Parida

Others

ଭାଷା ସୁରକ୍ଷା

ଭାଷା ସୁରକ୍ଷା

1 min
171

ଓଡ଼ିଆ ପୁଅ ଜାଗ୍ରତ ହୁଅ

ଉଠରେ ଅଣ୍ଟା ଭିଡି 

ଭାଷା ସୁରକ୍ଷା ଆନ୍ଦୋଳନରେ

ଆଗକୁ ଯାଅ ମାଡି ।।


ମାଆର ଭାଷା ମାଟିର ଭାଷା

ଆମ ଏ ମାତୃଭାଷା 

ବେପାରୀ ଭାଷା ଲଙ୍ଗଳା ଭାଷା

କଲାଣି ଲୋକହସା ।।


ଶିଖ ଓଡ଼ିଆ କହ ଓଡ଼ିଆ

ଲେଖ ଓଡିଆ ଭାଇ 

ଓଡ଼ିଆ ପରି ବଢିଆ ଭାଷା

ଜଗତେ କାହିଁ ନାହିଁ ।।


ସଂସ୍କୃତ ସମ ଏ ଅନୁପମ 

ଷଷ୍ଠ ଶାସ୍ତ୍ରୀୟ ଭାଷା 

ପୋଥି ପୁରାଣ ଢଗଢମାଳି

ନୀତି ଆଦର୍ଶ କଥା ।।


କାବ୍ୟ ସାହିତ୍ୟ ମଧୁର ଝର

ସଙ୍ଗୀତ କଳ କଳ

ରାଗ ରାଗିଣୀ ନାଟ୍ୟ ସମ୍ଭାର

ଭାଷା ଆମର ବଳ ।।


ସାରଳା ଯୁଗ ଭଞ୍ଜୀୟ ଯୁଗ

ରାଧାନାଥଙ୍କ ଯୁଗ

ବାକ ଦେବୀଙ୍କ ବିହାର ସ୍ଥଳ

ଉତ୍କଳେ ସ୍ୱର୍ଣ୍ଣ ଯୁଗ ।।


ମାଆକୁ ଛାଡି ବିମାତା କାନି 

ପଣତ ଧରି ଚାଲ

ପିଠିରେ କେହି ପଡିବେ ନାହିଁ

ହେବରେ କଲବଲ ।।


ସରକାରୀ ଭାଷା ହେଉ ଓଡ଼ିଆ

ସରବେ କର ପଣ

ବୈଷ୍ଣବ ବାବୁ ବିଶ୍ୱ ଭୂଷଣ

କଲେଣି ଗରଜନ ।।


ଆମରି ଭାଷା ଆମ ଗୌରବ

ଆମରି ପରିଚୟ

ସ୍ୱାଭିମାନରେ ବଞ୍ଚିବା ଆମେ

ଓଡ଼ିଆ ଜୟ ଜୟ ।।



Rate this content
Log in