Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sagar Kumar Parida

Abstract Inspirational

3  

Sagar Kumar Parida

Abstract Inspirational

ଏ ଭୂମିର ପୁତ୍ର ମହମ୍ମଦ ବାଜି

ଏ ଭୂମିର ପୁତ୍ର ମହମ୍ମଦ ବାଜି

2 mins
183


ଉତ୍କଳ ମାତାର ଯୋଗ୍ୟତମ ସୁତ

ମହମ୍ମଦ ବାଜି ତୁମେ ଭୂମିପୁତ୍ର ।

ପୀଡିତ ମଣିଷ ସେବା ସୁଶ୍ରୁଷାରେ

ଜୀବନ କାଟିଛ ଅତୀବ ଦୁଃଖରେ ।

ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇ

କଷଣ ଭୋଗିଲ କାରାଗାରେ ରହି ।

ନିଜ ସୁଖ ସ୍ଵାଚ୍ଛନ୍ଦ୍ୟକୁ ଦୂରେ ଠେଲି

ଦେଶ କଥା ଭାବୁଥିଲ ତୁମେ ଖାଲି ।


ନବରଙ୍ଗପୁର ସୁନାରୀ ସାହିଟି

ଗର୍ବିତ ଆଜି ତୁମରି ପାଇଁଟି ।

ଉଣିଶ ସତର ଜାନୁୟାରୀ ଵିଂଶ

ଜନ୍ମତିଥି ତୁମ ପବିତ୍ର ଦିବସ ।

ମହମ୍ମଦ କାଶୀଙ୍କର ଯୋଗ୍ୟସୁତ

ଚାନ୍ଦ ବିବି ଗର୍ଭୁ ହୋଇଛ ସମ୍ଭୂତ ।

ପିତାମାତା ଏକବିଂଶ ସନ୍ତାନରୁ

ବିଂଶତମ ତୁମେ ଥିଲ ମହାମେରୁ ।


ନଅ ଜଣ ବଞ୍ଚି ଥିଲେ ମାତ୍ର ଭବେ

ତୁମ୍ଭ ନାମେ ଗର୍ବ କରନ୍ତି ସରବେ ।

ଉମେଶ ମହାନ୍ତି ଶିକ୍ଷକ ପ୍ରବର

ଆଦର୍ଶ ପୁରୁଷ ଅଟନ୍ତି ତୁମର ।

ବୁଦ୍ଧ ଦେବଙ୍କର କାହାଣୀକୁ ଶୁଣି

ଅଂହିସା ବ୍ରତରେ ବ୍ରତୀ ହେଲ ଜାଣି ।

ମାଛ ମାଂସ ଅଣ୍ଡା ଛାଡି ପିଲାଦିନୁ

ସାତ୍ତ୍ବିକ ଜୀବନେ ବଞ୍ଚିଲ ସେଦିନୁ ।


ଉନବିଂଶ ପଇଁତିରିଶି ମସିହା

ଲକ୍ଷ୍ମୀଚାନ୍ଦ ଦାସ ତୁମ ସହ ଠିଆ ।

ମିଳିମିଶି ଦୁହେଁ ବୁଲି ଗ୍ରାମ ଗ୍ରାମ

ଗାନ୍ଧୀଙ୍କର ବାର୍ତ୍ତା ପ୍ରଚାରି ଅସୀମ।

ଚାରି ଜଣିଆ କମିଟି କଂଗ୍ରେସର

ସଭ୍ୟ ହେଲ ତାର ଅଠର ବର୍ଷର ।

ନବରଙ୍ଗପୁର ଗ୍ରାମାଞ୍ଚଳେ ଭ୍ରମି

ଜନସେବା ବ୍ରତେ ମଗ୍ନ ଥଲ ମୁନି ।


ଡ଼ାବୁଙ୍ଗା ଗରୁଡା଼ଗୁଡ଼ା ଗ୍ରାମ ସ୍ମୁତି

କର୍ମକ୍ଷେତ୍ର ଥିଲା ତୁମର ସେଇଠି ।

ସାବରମତୀରେ ଗାନ୍ଧୀଜୀଙ୍କୁ ଭେଟି

ତାଙ୍କ ଆଦର୍ଶକୁ ଆଣିଲ ସାଉଁଟି ।

ଅବିଭକ୍ତ କୋରାପୁଟ ଅଞ୍ଚଳରେ

ପ୍ରସାରିଲ ଗାନ୍ଧୀ ବାର୍ତ୍ତା ଘରେ ଘରେ ।

ସତ୍ୟାଗ୍ରହ ଉଣେଇଶ ଏକଚାଳିଶି

ଭାଗ ନେଇ ହେଲ ଜେଲ୍ ନିବାସି ।


ଛଅ ମାସ ଜେଲ ଭୋଗିଲ ଦୁଃଖରେ 

ଦେଶ ପାଇଁ କ୍ଲେଶ ଭୋଗୀ ଅକ୍ଳେଶରେ ।

ଭାରତ ଛାଡ଼ ଆନ୍ଦୋଳନେ ଭାଗନେଇ

ଗରୁଡ଼ାଗୁଡ଼ାରେ ଗିରଫକୁ ହୋଇ ।

ଦୁଇ ବର୍ଷ ଛଅ ମାସ ଜେଲ ଦଣ୍ଡ

କୋରାପୁଟ ଜେଲେ ରହିଲ ପ୍ରଚଣ୍ଡ ।

କଟକ ଜେଲେ ଛଅ ମାସ ରହି

ଉତ୍କଳମଣିଙ୍କ ସାନିଧ୍ୟକୁ ପାଇ।


ଗୋପବନ୍ଧୁ ତୁମ ଗଳେ ଫୁଲମାଳ

ଦେଇ କରିଥିଲେ ସମ୍ମାନ ଅପାର ।

ଦେଶଜାତି ପାଇଁ ହୃଦୟେ ତୁମର

ଦେଶପ୍ରେମ ବହ୍ନି ଜାଳିଲ ପ୍ରଖର ।

ସେ ବହ୍ନି ଜ୍ବାଳାରେ ବିଦେଶୀଙ୍କୁ ଜାଳି

ସ୍ୱାଧନତା ଦେଲ ଆମ ହାତେ ତୋଳି।

ହେ ସଂଗ୍ରାମୀ ତୁମ ସଂଗ୍ରାମୀ ଜୀବନ

ଅନୁପ୍ରାଣେ କୋଟି କୋଟି ଜନପ୍ରାଣ।


ବିନୋବାଜୀଙ୍କ ଭୂଦାନ ଆନ୍ଦୋଳନେ

ଝାସ ଦେଲ ଭାସି ନିସ୍ୱାର୍ଥ ଆହ୍ବାନେ ।

ଖୁସି ତେଜି କଷ୍ଟ ସହିଥିଲ ସାଧୁ

ତୁମ କଷ୍ଟୁ ଆଜି ଲଭୁ ଆମେ ମଧୁ।

ଯେତେ ଦିନ ଥିବ ସ୍ୱାଧୀନ ଭାରତ

ଘୋଷୁଥିବ ତୁମ ନାମର ମହତ।

ପ୍ରଣାମ ଘେନ ହେ ମହାନ ପରୁଷ

ତୁମେ ଆମ ଗର୍ବ କର ହେ ଆଶିଷ ।

ତୁମେ କାଳଜୟୀ ଏ ମର୍ତ୍ତ୍ୟ ଭୁବନେ

ବଞ୍ଚିଥିବ ସଦା ପ୍ରତି ଜନପ୍ରାଣେ ।

  

     



Rate this content
Log in

Similar oriya poem from Abstract