STORYMIRROR

Mamatamanjari Das

Abstract

3  

Mamatamanjari Das

Abstract

ଅନ୍ତସ୍ୱର

ଅନ୍ତସ୍ୱର

1 min
350

କେହି କ'ଣ କେବେ ପରଖି ପାରିଛି

ପଥର ଚାପାରେ ଛନ୍ଦି ହୋଇଥିବା

ଧଳା ଦୂବଟିର ଗତି

ଯନ୍ତ୍ରଣାରେ ଛଟପଟ ଶରୀରରକୁ ନେଇ

କିପରି ସେ' ଆଗକୁ କରଇ ଗତି ?


ଶୁଣିଛି କି କିଏ

କୁଳୁ କୁଳୁ ହୋଇ ବହି ଯାଉଥିବା

ଝରଣାର ଅନ୍ତସ୍ୱର

ଶୀତଳତା ଭରା ଚାନ୍ଦୀନୀ ରାତି

ହେଲେ ଚନ୍ଦ୍ରମା ବୁକୁରୁ

ଝରି ପଡୁଥିବା ,,

ପ୍ରୀତି ପ୍ରତୀକ୍ଷା ଆଉ ପ୍ରଣୟର ଅନ୍ତସ୍ୱର ।


କେବେହେଲେ କେହି ଅନୁଭବିଛି କି

କାଠରେ ତିଆରି କଣ୍ଢେଇଟିର

ଅନ୍ତରର ଭାଷା ,

ତା' ଆଖିରେ ସେହି ଛଳ ଛଳ ଲୁହଧାର 

ମୁକ୍ତ ଆକାଶରେ ଡେଣା ଝାଡି ଝାଡି

ଘୁରି ବୁଲୁଥିବା ନିରୀହ ପକ୍ଷୀ

ଆଉ ତା'ହୃଦୟର ଅନ୍ତସ୍ୱର ??


ପଢିଛିକି କେବେହେଲେ କେହି 

ବଂଶିବିତାନେ ପ୍ରେମରସେ ଉବୁଟୁବୁ

ଷୋଳସହସ୍ର ଗୋପୀଙ୍କର ମନ ,,

ମା'ର ଜଠରରେ ନିଜର ଅସ୍ତିତ୍ଵ ହରାଉଥିବା

ସେହି ନିରୀହ ଶିଶୁ କନ୍ୟାଟିର ମନ

ତାର ଅସହାୟ ଜୀବନ ଆଉ

ଧରାକୁ ଛୁଇଁବାର ଆକୁଳ ନିବେଦନ ??


ଛୁଇଁ କି ପାରିଛ କେବେ କାହା ହୃଦୟକୁ

ଦେଇ ଟିକେ ସ୍ନେହ ଭରା ଆଲିମ୍ପନ

ତେବେ ତୁମେ କୁହ ,,

କିପରି ବୁଝିବ ତୁମେ ଯନ୍ତ୍ରଣାରେ ଛଟପଟ

ହେଉଥିବା ହୃଦୟର ଅନ୍ତସ୍ୱର

ଆଉ ତା'ର ମନ ??



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract