STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ଅତୀତର ପୃଷ୍ଠା

ଅତୀତର ପୃଷ୍ଠା

1 min
368

ଅତୀତର ପୃଷ୍ଠା ପରେ ପୃଷ୍ଠା ଖୋଲି ଦେଖେ ଯେବେ

ଯାହା ଥାଏ ତାହା କିଛି ଅଣନିଶ୍ବାସୀ ଉତ୍ତାପର 

ଘନୀଭୂତ କଳା ମେଘ ଖଣ୍ଡ,

ଶବ୍ଦ ପରେ ଶବ୍ଦ ଯେବେ ଚିହ୍ନିବାକୁ ଚେଷ୍ଠା କରେ

ଯାହା ପାଏ ତାହା କିଛି ଅସମ୍ପୁର୍ଣ ଭାବନାର 

କେଇଟି ଅସମାପ୍ତ କବିତାର ଖଣ୍ଡ। 


ଘଟଣା ପରେ ଘଟଣାକୁ ଯୋଡି ଦେଖେ ଯେବେ

ଯାହା ମିଳେ ତାହା ଏକ ଅଦୃଶ୍ୟ ଯୋଗସୂତ୍ରର 

ଚମତ୍କାର ସନ୍ତୁଳିତ ଚିତ୍ର,

ଲିଭି ଆସିଥିବା ମୁହୂର୍ତ୍ତକୁ ଅଣ୍ଡାଳି ବସେ ଯେବେ

ଯାହା ଦେଖେ ତାହା କାଳର ପ୍ରବାହର 

ଏକ ଅଭିନବ ଗୁପ୍ତ ଚଳଚିତ୍ର। 


କହିବାର ଥିଲା ଯାହା ନକହି ପାରିବାର ଅବଶୋଷ

ଓ ଅନେକ ନକହିବା କଥାର ଶାଣିତ ପ୍ରକାଶ

କରି ଚାଲେ ହୃଦୟ ବ୍ୟଥିତ,

ସେଇ ସବୁ ଲୁପ୍ତ ବ୍ୟତିକ୍ରମକୁ ସୁଧାରି ବସେ ଯେବେ

ଯାହା ଘଟେ ତାହା ଆଉ ଏକ ଅଦୃଶ୍ୟ ଚକ୍ରବାତର

ଆସନ୍ନ ଆଭାସ ଯାହା କର୍ମ ନିର୍ଦ୍ଧାରିତ। 



Rate this content
Log in

Similar oriya poem from Abstract