Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Maharana

Abstract Inspirational Others

3  

Jayashree Maharana

Abstract Inspirational Others

ବାନ୍ଧିଦିଅ ନାହିଁ ବେଡି

ବାନ୍ଧିଦିଅ ନାହିଁ ବେଡି

1 min
310


ବାନ୍ଧିଦିଅ ନାହିଁ ବେଡି ମୋ ପାଦରେ

ପ୍ରତିଯୋଗିତାର ଆଳରେ

ଶୈଶବ କି ବୁଝେ ପ୍ରଗତି ପ୍ରତିଷ୍ଠା

ସୁଖ ଭବିଷ୍ୟତ ଲକ୍ଷ୍ୟରେ ।


ସରଳ ମନ ମୋ ଉଡିବାକୁ ଦିଅ

ନିର୍ଦ୍ବନ୍ଦ୍ୱରେ ବିନା ଚାପରେ 

ପଢିବି ବଢିବି ଇଛା ଅନୁସାରେ

ଜୀବନର ଚଲା ପଥରେ ।


ଖେଳିବାକୁ ଦିଅ ମନ ଖୋଲି ଟିକେ

ସାଙ୍ଗସାଥିଙ୍କର ମେଳରେ

ଛଡେଇ ନିଅନା ଖୁସି ମୋ ଓଠରୁ

ଘର ଚାରିକାନ୍ଥ ଭିତରେ ।


କଅଁଳ ବୟସ ବସ୍ତାନୀର ବୋଝ

ବୋହିପାରୁନାହିଁ ପିଠିରେ

ନାଚ ଗୀତ ପାଇଁ ଦେଉନ ସୁଯୋଗ

ଅଭାବ ନିଇତି ହୃଦରେ ।


ଜେଜି ମାଆ ଗପ ଶୁଣିବାକୁ ଦିଅ

ଦୂରେଇ ଦିଅନା ସ୍ୱାର୍ଥରେ

କର୍ମ ବ୍ୟସ୍ତ ତୁମ ଜୀବନ ଜୀବିକା

ନିଃସଙ୍ଗତା ସହେ ଦୁଃଖରେ ।


ଆଖିରେ ସପନ ଦେଖିବାକୁ ଦିଅ

ବଞ୍ଚିବାକୁ ଚାହେଁ ମୁକ୍ତିରେ

ତୁମ ଆଖି ସ୍ୱପ୍ନ ଅନ୍ଧ କରିଲାଣି

ଶାନ୍ତି ନିଦ ନାହିଁ ରାତ୍ରିରେ ।


ବିଶ୍ୱ ଚିତ୍ରକର ଗଢ଼ି ଭରିଛନ୍ତି

ଭିନ୍ନ ରଙ୍ଗ ଅତି ଯତ୍ନରେ

ରଙ୍ଗୀନ କରିବା ପାଇଁ ଅସ୍ତବ୍ୟସ୍ତ

ନାନାଦି ଯୋଜନା ଛାପରେ ।


ସରସ ସୁନ୍ଦର ଜୀବନ ଭବିଷ୍ୟ

କର୍ତ୍ତବ୍ୟ ଦାୟିତ୍ୱ ମଧ୍ୟରେ

ଟିକିଏ ଭାବନା କରିବ ନୀରବେ

ଅଧୁନା ହଜେ କି ନାହିଁ ରେ ।


ନିରୀହ  ନିଡର ସରଳ ଶୈଶବ

ପକ୍ୱ ବିଚାରଠୁ ଦୂରରେ

କିଛି ଦିନ ମୋତେ ବଞ୍ଚିବାକୁ ଦିଅ

ଶିଶୁର ଜୀବନ ଯାତ୍ରାରେ ।



Rate this content
Log in

Similar oriya poem from Abstract