STORYMIRROR

Subhrajita Subhadarshini

Abstract

3  

Subhrajita Subhadarshini

Abstract

ଅନୁମତି

ଅନୁମତି

1 min
85

ତତେ ଅନୁମତି ନାହିଁ

ନେବାକୁ ମତେ ତୋ ସହ

ଅଜଣା ଏକ ସ୍ଥାନକୁ

ଦୂର ଏକ ରାଜ୍ୟକୁ

ତୁ ଯେ ପ୍ରବାସୀ ପବନ

ହେଲେ ବାଲୁକାପୂର୍ଣ୍ଣ

ଶୁଷ୍କ ମରୁଭୂମିରେ

ଯେବେ ସ୍ପର୍ଶ କରୁ ତୁ

ମୋ ନିସ୍ତେଜ ଶରୀର

ଭୁଲିଯାଏ ମୁଁ ନିଜ ସତ୍ତା

ହରାଇଦିଏ ନିଜ ଅସ୍ତିତ୍ୱ,

ତୋ ପ୍ରେମରେ ପାଗଳୀ ପାଲଟି

ତଲ୍ଲୀନ ହେବାକୁ ପ୍ରୟାସ କରେ

ତୋ ହୃଦୟର

ଏକାନ୍ତ ଏକ କୋଣରେ

ତୋ ଦେଶାନ୍ତରୀ ଆତ୍ମାରେ

ଶେଷରେ ଯେବେ

ମିଶିଯାଏ ତୋ ସହ

କେଜାଣି କାହିଁକି

ନୂତନ ଏକ ନାମ ହେଇଯାଏ

ଆମ ଅନ୍ତରଙ୍ଗତାର

"ବାଲିଝଡ଼"


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract