STORYMIRROR

Subhrajita Subhadarshini

Abstract

3  

Subhrajita Subhadarshini

Abstract

ହଁ, ମୁଁ ସେହି କୃଷ୍ଣ

ହଁ, ମୁଁ ସେହି କୃଷ୍ଣ

1 min
105

ରାଧା ଅନ୍ତରେ ମୁଁ ପ୍ରୀତି

ମୀରା ହୃଦୟେ ଯେ ଭକ୍ତି

ଅଷ୍ଟପତ୍ନୀଙ୍କର ପତି

ଭକ୍ତଭାବେ ବନ୍ଧା

ଏ ଜୀବନ ଯାଏ ବିତି।


ଗୋପାଙ୍ଗନାଙ୍କ ମନ ଯାଏ ଲାଖି

ମାତା ଦେବକୀ ଯଶୋଦାଙ୍କର ମୁଁ ଆଖି

ପାଟବସ୍ତ୍ର ଚିରି କୃଷ୍ଣା ବାନ୍ଧିଲେ ଯେ ରାକ୍ଷୀ

ସେ ପାଇଁ ତ ମୁଁ

ମହାଭାରତର ମୁଖ୍ୟ ସାକ୍ଷୀ।


ସୁଦାମାଙ୍କର ଅତି ପ୍ରିୟ ସାଥି

ପାର୍ଥଙ୍କ ରଥର ସାରଥି

ଦୁଷ୍ଟ ବିନାଶ ମୋ ନୀତି

ଧର୍ମରକ୍ଷା ପାଇଁ

ମୁଁ ଆଜୀବନ ବ୍ରତୀ।


ଆରମ୍ଭରୁ ଅନ୍ତ, ପୁନଃ ଆଦ୍ୟ

ସମୟ ଚକ୍ର ମୋର ବଡ଼ ଅଭେଦ୍ୟ

ଦୂର କର ନିଜ ମନର ଦ୍ୱନ୍ଦ୍ୱ

ସମର୍ପି ଏ ପୟରେ ଆତ୍ମ ନୈବେଦ୍ୟ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract