STORYMIRROR

Subhrajita Subhadarshini

Tragedy

3  

Subhrajita Subhadarshini

Tragedy

ମୋକ୍ଷ

ମୋକ୍ଷ

1 min
278

ପାର୍ଥିବ ସମ୍ପର୍କର ଅଲିଭା ଜୁଇରେ

ଦିବସର ପ୍ରତି ମୁହୂର୍ତ୍ତରେ

ନିଜ ଜୀବନ୍ତ ସତ୍ତାର ଦାହ ପରେ ବି

ଯେବେ ପ୍ରଶ୍ନ ଆସେ

"କଣ କରିଛ ବା ତୁମେ ଆମ ପାଇଁ ?"

ଅନୁଭୂତ ହୁଏ ଅସହ୍ୟ ପୀଡା

ନିଜ ଭାବନାରେ ବି ସନ୍ଦେହ ଆସେ

"ସତରେ କଣ ମୁଁ କିଛି କରିନି !"

ଉଷ୍ମ ନିଃଶ୍ୱାସଟା ଧିରେ ଧିରେ

ଅଗ୍ନିଶିଖା ପାଲଟିଯାଏ

ନା ଜାଳି ହୁଏ ନା ଜଳି ହୁଏ,

ଶରୀରର ପାର୍ଥିବତା

ବାସ୍ ଦରପୋଡା ହେଇ ରହିଯାଏ

ଏବଂ ଆତ୍ମା ପ୍ରତୀକ୍ଷା କରେ

ସେ ସର୍ବଗ୍ରାସୀ ଅନଳକୁ,

ଟିକେ ମୋକ୍ଷ ପାଇବା ଆଶାରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy