STORYMIRROR

Subhrajita Subhadarshini

Others

3  

Subhrajita Subhadarshini

Others

ପରିଚୟ

ପରିଚୟ

1 min
334

କେମିତି ଏତେ ସହଜରେ କହିଦେବି

ତୁମେ ମୋର ଓ ମୁଁ ତୁମର

ବେଶ ଭଲ ଭାବେ ବୁଝ ତୁମେ

ଶବ୍ଦ ମୋ ନୀରବତାର


ଶାନ୍ତ ପରିବେଶରେ ପ୍ରବାହିତ

ସ୍ରୋତସ୍ୱିନୀ ସରିତାଟିଏ ମୁଁ

ଆଉ ତୁମେ, ବିଶାଳ ସାଗର

ଯାହାର କ୍ଷଣିଏ ସ୍ପର୍ଶ ପାଇଁ

ଆନମନା ସବୁ ନଦୀ


ତୁମର ଉଲ୍ଲସିତ ଗର୍ଜନରେ

ଶିଥିଳ ପଡ଼ିଯାଏ ମୋର ଜଳରାଶି

ମତେ ଧକ୍କା ଦେଇ ଅନ୍ୟ ନଦୀ

ଲୋଟିଯାଏ ତୁମ ପ୍ରଶସ୍ତ ବୁକୁରେ

ଶେଷରେ ତୁମ ଢେଉ

ଛାଡି ଦେଇ ଆସେ ମତେ

ଉଷ୍ମ ବାଲିଭରା ସେହି କୂଳରେ


ଗୁମୁରି ଗୁମୁରି ନୀରବି ଯାଏ ମୁଁ

ମାତ୍ର ପୁନର୍ବାର ପ୍ରୟାସ କରେ

ତୁମ ଦର୍ଶନ ପାଇଁ

ସୃଷ୍ଟି କରିବା ପାଇଁ ତୁମ ହୃଦୟରେ

ମୋର ଏକ ଅନନ୍ୟ ପରିଚୟ,

ଯେଉଁ ପରିଚୟରେ

ମୁଁ ଥିବି ତୁମର ତରଙ୍ଗାୟିତ ଉର୍ମି

ଆଉ ତୁମେ ଖୋଜିବୁଲିବ ମତେ

ମୋ ଜଳରାଶିକୁ କୋଳାଗ୍ରତ କରିବା ପାଇଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍