STORYMIRROR

Subhrajita Subhadarshini

Abstract

4  

Subhrajita Subhadarshini

Abstract

ପ୍ରତୀକ୍ଷିତ ଶୀତ

ପ୍ରତୀକ୍ଷିତ ଶୀତ

1 min
394

ଧରା ଆମୋଦିତ ହେଇ କରେ ସ୍ୱାଗତ

ଯେବେ ଶୀତ ରୂପେ ଆସେ ମୁଁ

ଋତୁର ଅନ୍ତରାଳରେ

ବର୍ଷାସିକ୍ତା ପ୍ରାଣପ୍ରିୟାର ତନୁରାଶିରେ

ପିନ୍ଧାଇଦେଇ ଶୁଭ୍ର ଶିଶିରର ପରିଧାନ


ନିର୍ଜନ ନିସ୍ତବ୍ଧ ନିଶା ପ୍ରହରରେ

ବର୍ଷକର ସଯତ୍ନ ସାଇତା

ସ୍ନେହ, ଅଭିମାନ, ଅନୁରାଗକୁ

ଅଜାଡିଦିଏ ତା'କୋଳରେ

ଶ୍ୱେତ କାକରବୁନ୍ଦା ଉପହାର କରି


ଈର୍ଷାକରି ସେ ସ୍ୱଚ୍ଛ ପ୍ରଣୟକୁ

ତରଳାଇଦିଏ ପ୍ରଭାତର ସୂର୍ଯ୍ୟରଶ୍ମି

ଆସ୍ଥାନ ଦିଏ ଧରଣୀ ସେ ଜଳକଣିକାକୁ

ତା' ସର୍ବସଂହା ବୁକୁରେ,

ଅନୁଭବ କରିବା ପାଇଁ

ଆମ ଶିଥିଳ ପ୍ରେମର ଗଭୀରତା


ମାସ କିଛିଟାର ରହଣି ପରେ

ଦିଏ ମତେ ସେ ବିଦାୟ

ଯେମିତି କେବଳ ଅତିଥିଟିଏ ମୁଁ

ଅନିଚ୍ଛା ସତ୍ତ୍ୱେ ମତେ ଯିବାକୁ ହୁଏ

ସମୟର ନିଷ୍ଠୁର ନିୟମରେ


କିନ୍ତୁ ପ୍ରତୀକ୍ଷା କରେ ମୁଁ

ନୂତନ ଏକ ବର୍ଷକୁ

ଏ ତାପଶୂନ୍ୟ ହୃଦୟରେ

ମୃଦୁ ଆତ୍ମିୟତା ଭରିଦେଉଥିବା

ଧରିତ୍ରୀର ସେ ଉଷ୍ମ ସ୍ପର୍ଶକୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract