ହେ ବନ୍ଧୁ
ହେ ବନ୍ଧୁ


ମନେପଡେ ଆଜିବି ସେ ଦିନ
ବନ୍ଧୁ ମେଳରେ ଆକାଶେ ଉଡୁଥିଲା ମନ
କେତେ ଖୁସି ଗପ କେତେ ଥଟ୍ଟା ମଜା
ଅସମ୍ଭବ କଥାକୁ ବି ଭାବି ଦେଖୁଥିଲେ ଦିବାସ୍ୱପ୍ନ ା
କେତେବେଳେ ଚା ଖଟି କେତେବେଳେ ସିନେମା
ତ କେତେବେଳେ ହନୁମାନ୍ ବାଟିକା ଭ୍ରମଣ
ସମ୍ପର୍କ ଥିଲା ହ୍ରୁଦୟର ଏତେ ଗଭୀର
କିଏ କହୁଥିଲା ତୁମେ ରାମ ହେଲେ ମୁ଼ଁ ଲଖ୍ମଣ ା
ମନେପଡେ ଆଜିବି କଲେଜ୍ ଛକର
ସେଇ ରାମୁଭାଇ ଗୁପ୍ ଚୁପ୍ ବାଲା
କାହାରି ପକେଟେ ପଇସା ନ ଥାଇ
ବାରବାର ଗୁପ୍ ଚୁପ୍ ଖାଇ
କହୁଥିଲେ ରାମୁଭାଇ ଆଜିର ବାକି ରହିଲା ା
ତୁମେମାନେ ସେଠି ମୁଁ ଏଠି
ପାଞ୍ଚଶହ କିଲୋମିଟର୍ ଦୂରରେ
ଫୋନ୍ ରେ କଥା ହେଲେବି ଯେତେ ମନ ବୁଝେନା
କଣ କରିବା କାହାକୁ କହିବା
ଏମିତି ବିତେଇବାକୁ ହେବ ଜୀବନ
ଏଇ ଲକ୍ ଡାଉନ୍ ପରିସ୍ଥିତିରେ ା