ହଁ ସେ ଅପରାଜିତା
ହଁ ସେ ଅପରାଜିତା
କିଏ କହିଲା ସେ ଅବଳା
କିଏ କହିଲା ସେ ଦୁର୍ବଳା
ସେ ପରା ଜନନୀ ପ୍ରଥମ ଶିକ୍ଷା ଦାୟିନୀ
ସେ ହିଁ ତ ସେହି ମହାନ୍ ଦେବୀ
ଯିଏ ତୁମକୁ ଆଉ ମୋତେ ଗଢ଼ିଲା।
ଭାଇ ମନ କଥା ପାରେ ଯେ ଜାଣି
ସେ ଅଟଇ ପରା ସୁନା ଭଉଣୀ
ସ୍ନେହୀ ସେ ମାଆ ପରି ବାଟ ଚଲାଏ ହାତ ଧରି
ସୁଖ ଦୁଃଖ ସବୁ ସମୟ ପାଇଁ
ସୁରକ୍ଷା କବଚ ସିନା ତାରି ପଣତ କାନି ।
ସେ ନୁହେଁ ତ ଅଶିକ୍ଷିତା
ସେ ନୁହେଁ ତ ଅପରିଚିତା
ଶିକ୍ଷାଳୟେ ସେ ଅଧ୍ୟାପିକା ନ୍ୟାୟାଳୟେ ବିଚାରିକା
ଶୌର୍ଯ୍ୟବତୀ ଧୈର୍ଯ୍ୟବତୀ ପୁଣି ନିର୍ଭୀକା
ହାରିବା ନ ଶିଖି ହୋଇଛି ସେ ଅପରାଜିତା ।
ଇନ୍ଦିରା ସୁଷମା ଦ୍ରୌପଦୀ ପୁଣି ନିର୍ମଳା
ସରୋଜିନୀ ଲତା କିରଣ କଳ୍ପନା ଚାୱଲା
ସବୁ କର୍ମରେ ସବୁ କ୍ଷେତ୍ରରେ ନିଜ ପାରଦର୍ଶିତା ବଳରେ
ରାଷ୍ଟ୍ର ସେବାରେ କରି ଜୀବନ ଉତ୍ସର୍ଗ
ସିଏ ଆଜି ଦେଶର ଟେକ ରଖିଲା ।
