STORYMIRROR

DAYANIDHI BAGARTEE

Abstract

4  

DAYANIDHI BAGARTEE

Abstract

ହଁ ସେ ଅପରାଜିତା

ହଁ ସେ ଅପରାଜିତା

1 min
230

କିଏ କହିଲା ସେ ଅବଳା 

କିଏ କହିଲା ସେ ଦୁର୍ବଳା

ସେ ପରା ଜନନୀ ପ୍ରଥମ ଶିକ୍ଷା ଦାୟିନୀ

ସେ ହିଁ ତ ସେହି ମହାନ୍ ଦେବୀ

ଯିଏ ତୁମକୁ ଆଉ ମୋତେ ଗଢ଼ିଲା।


ଭାଇ ମନ କଥା ପାରେ ଯେ ଜାଣି

ସେ ଅଟଇ ପରା ସୁନା ଭଉଣୀ

ସ୍ନେହୀ ସେ ମାଆ ପରି ବାଟ ଚଲାଏ ହାତ ଧରି

 ସୁଖ ଦୁଃଖ ସବୁ ସମୟ ପାଇଁ

ସୁରକ୍ଷା କବଚ ସିନା ତାରି ପଣତ କାନି ।


ସେ ନୁହେଁ ତ ଅଶିକ୍ଷିତା 

ସେ ନୁହେଁ ତ ଅପରିଚିତା

ଶିକ୍ଷାଳୟେ ସେ ଅଧ୍ୟାପିକା ନ୍ୟାୟାଳୟେ ବିଚାରିକା 

ଶୌର୍ଯ୍ୟବତୀ ଧୈର୍ଯ୍ୟବତୀ ପୁଣି ନିର୍ଭୀକା

ହାରିବା ନ ଶିଖି ହୋଇଛି ସେ ଅପରାଜିତା ।


ଇନ୍ଦିରା ସୁଷମା ଦ୍ରୌପଦୀ ପୁଣି ନିର୍ମଳା

ସରୋଜିନୀ ଲତା କିରଣ କଳ୍ପନା ଚାୱଲା 

ସବୁ କର୍ମରେ ସବୁ କ୍ଷେତ୍ରରେ ନିଜ ପାରଦର୍ଶିତା ବଳରେ

ରାଷ୍ଟ୍ର ସେବାରେ କରି ଜୀବନ ଉତ୍ସର୍ଗ 

ସିଏ ଆଜି ଦେଶର ଟେକ ରଖିଲା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract